ହାଡଭଙ୍ଗା ଶୀତ ସାଙ୍ଗକୁ କୋହଲା ପବନ, ଥରୁଛି ଓଡିଶା

ହାଡଭଙ୍ଗା ଶୀତ ସାଙ୍ଗକୁ କୋହଲା ପବନ, ଥରୁଛି ଓଡିଶା

ହାଡଭଙ୍ଗା ଶୀତ ସାଙ୍ଗକୁ କୋହଲା ପବନ, ଥରୁଛି ଓଡିଶା

ଭୁବନେଶ୍ୱର: ସକାଳୁ ମାରୁଛି କୋହଲା ପବନ । ସାରା ଓଡ଼ିଶାକୁ କବଳିତ କରିଛି ଶୀତ । ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ଓଡ଼ିଶାବାସୀ । ପ୍ରବଳ ଶୀତ ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ  । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି । ପ୍ରବଳ କୁହୁଡି ଯୋଗୁ ଯାତାୟାତରେ ବାଧା ଉପୁଜୁଛି । ଗତକାଲି ନଅଣାରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରଯାଇଛି । ଗତକାଲି ଠାରୁ ଆଜି ଅଧିକ ଶୀତ ହେଉଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକ ନିଆଁ ଜାଳି ବସି ରହୁଛନ୍ତି । ସେପଟେ ହାଲକା ଶୀତ ସାଙ୍ଗକୁ ଘନ କୁହୁଡିରେ ଆଛାଦିତ ହେଉଛି ଦାରିଙ୍ଗବାଡି ।

ଦାରିଙ୍ଗବାଡ଼ି ଅଞ୍ଚଳରେ ତାପମାତ୍ରା ବୃଦ୍ଧି ଯୋଗୁ ଶୀତ କମିଥିବା ବେଳେ ସକାଳୁ ଘନ କୁହୁଡିର ଆସ୍ତରଣ ଜମୁଛି । ବିଗତ ଦିନରେ ଫୁଲବାଣୀରେ ୧୦ରୁ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦାରଙ୍ଗବାଡିରେ ମଧ୍ୟ ସମାନ ତାପମାତ୍ରା ରେକର୍ଡ କରାଯାଇଛି । ହାଲକା ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ । ପ୍ରାତ ଭ୍ରମଣ ସାଙ୍ଗକୁ ଚା’ ଦୋକାନରେ ଜମୁଛି ଲୋକଙ୍କ ଭିଡ । ଦାରିଙ୍ଗବାଡିର ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ବୃଦ୍ଧି ପାଉଛି । ବଣଭୋଜି ସାଙ୍ଗକୁ ଶୀତର ମଜା ନେଉଛନ୍ତି ରାଜ୍ୟବାସୀ ।