ହନିଟ୍ରାପ୍‌: ନାଇଜେରିଆନ୍ ଦମ୍ପତି ଗିରଫ

ହନିଟ୍ରାପ୍‌: ନାଇଜେରିଆନ୍ ଦମ୍ପତି ଗିରଫ

ହନିଟ୍ରାପ୍‌: ନାଇଜେରିଆନ୍ ଦମ୍ପତି ଗିରଫ

ବାଲେଶ୍ୱର : ପ୍ରଥମେ ଫେସବୁକ୍‌ରେ ବନ୍ଧୁତା। ବନ୍ଧୁତାରୁ ଚାଟିଂ। ଚାଟିଂରୁ ଫୋନ୍ ନମ୍ବର ଦିଆନିଆ। ତା’ପରେ ଦିଆଯାଉଥିଲା ଦାମୀ ଗିଫ୍ଟର ଲୋଭ। ଏଥିରେ ଯିଏ ପଡ଼ୁଥିଲା ତାକୁ ଲଗାଉଥିଲେ ଚୁନ। ଏମିତି କରି ବାଲେଶ୍ୱର ବାଲିଆ ଅଞ୍ଚଳରୁ ଜଣଙ୍କୁ ୩୦ ଲକ୍ଷ ଚୁନ ଲଗାଇବା ମାମଲାରେ ପୁଲିସ ନୂଆଦିଲ୍ଲୀ ମଇଦାନଗରିରୁ ଆଉ ୨ ନାଇଜେରୀୟ ନାଗରିକଙ୍କୁ ଗିରଫ କରିଛି। ଏନେଇ ଆଜି ବାଲେଶ୍ୱର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଗିରଫ ଦୁଇ ଜଣ ହେଲେ ନାଇଜେରିଆର ଯୁବକ ଇ. ମାନୁଏଲ ନମାନି ଓ ତାଙ୍କ ସ୍ତ୍ରୀ ସୁଚିମ୍ ଟିଷ୍ଟ୍ର। ସେମାନଙ୍କ ପାଖରୁ ଗୋଟିଏ ଆଇ-୨୦ କାର, ଦୁଇଟି ସୁନା ଚେନ, ଗୋଟିଏ ମୁଦି, ଦୁଇଟି ଲାପଟପ, ୭ଟି ମୋବାଇଲ ଫୋନ, ଭ୍ୟାଲିଡିଟି ସରିଯାଇଥିବା ଭିସା, ପାସପୋର୍ଟ ଓ ଏସବିଆଇ ବ୍ୟାଙ୍କ ପାସ୍ ବୁକ୍ ଜବତ କରାଯାଇଛି। ସେମାନଙ୍କ ବ୍ୟାଙ୍କ ଖାତାରେ ପାୟ ୬ ଲକ୍ଷ ଟଙ୍କା ରହିଛି। ଏହି ମାମଲାରେ ପୂର୍ବରୁ ଗତ ୬ ତାରିଖରେ ଜଣେ ନାଇଜେରୀୟ ନାଗରିକ ଗିରଫ ହୋଇଥିଲେ। ତାଙ୍କ ନାମ ସାମସନ ଇମାନେ ଲିଆ।

ବାଲେଶ୍ୱର ସାଇବର ପୁଲିସର ତତ୍ପରତା ପରେ ଗିରଫଦାରୀ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। ଏମାନେ ସମସ୍ତେ ଗୋଟିଏ ଟିମ୍ ହୋଇ କାମ କରୁଥିଲେ ବୋଲି ଶ୍ରୀ ପାଣି କହିଛନ୍ତି।