ଆଉ ନାହାନ୍ତି ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରାଧାନାଥ ଭଟ୍ଟ
ଆଉ ନାହାନ୍ତି ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରାଧାନାଥ ଭଟ୍ଟ
କଟକ : ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଦୁଃଖଦ ଖବର । ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରାଧାନାଥ ଭଟ୍ଟ ଆଉ ନାହାନ୍ତି । ଶନିବାର ଅପରାହ୍ଣ ପ୍ରାୟ ୨ଟାବେଳେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ୮୦ ବର୍ଷ ହୋଇଥିଲା । ସେ ନିମୋନିଆରେ ପୀଡ଼ିତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଏକ ମାସ ୮ଦିନ ଧରି ଚିକିତ୍ସାଧୀନ ଥିଲେ। ରାଧାନାଥ ଚଳଚ୍ଚିତ୍ର ଜଗତରେ ସମସ୍ତଙ୍କ ନିକଟରେ ବାବୁଲା ନାମରେ ବେଶ୍ ପରିଚିତ ଥିଲେ ।ହସ୍ପିଟାଲରୁ ତାଙ୍କ ମରଶରୀରକୁ କଟକସ୍ଥିତ ବାସଭବନ କାଳୀଗଳିକୁ ଅଣାଯାଇଥିଲା ।
ରାଧାନାଥ ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ ଥିଲେ । ସେ ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ସମ୍ପର୍କୀୟ ଥିଲେ । ଉଭୟେ ଏକାଠି ବହୁ ଚଳଚିତ୍ର ନିର୍ମାଣ କରି ସୁନାମ ସାଉଁଟିଥିଲେ । ବଳିଦାନ, ସ୍ୱପ୍ନସାଗର, ଡେ଼ାରା ଭଳି ଅଲଟାଇମ ସୁପରହିଟ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରାଧାନାଥ । ଯାହା ସଡ଼ିଆ ସିନେ ଇତିହାସରେ ମାଇଲଷ୍ଟୋନ ହୋଇରହିଛି । ସେ କେବଳ ଜଣେ ପ୍ରଯୋଜକ ଭାବରେ ନୁହେଁ ଦୀର୍ଘ ୫୦ ବର୍ଷ ଧରି ରାଜନୀତିରେ ମଧ୍ୟ ସଂଶ୍ଲିଷ୍ଟ ଥିଲା । ବିଶିଷ୍ଟ ରାଜନେତା ସ୍ୱର୍ଗତ ଅଶୋକ ଦାସଙ୍କ ମଧ୍ୟ ସେ ଅତି ନିକଟତର ଥିଲେ । ତାଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।




admin 