ସ୍ୱାମୀଙ୍କ ଗୁଳି ଚୋଟରେ ଗଲା ସ୍ତ୍ରୀର ଜୀବନ

ସ୍ୱାମୀଙ୍କ ଗୁଳି ଚୋଟରେ ଗଲା ସ୍ତ୍ରୀର ଜୀବନ

ସ୍ୱାମୀଙ୍କ ଗୁଳି ଚୋଟରେ ଗଲା ସ୍ତ୍ରୀର ଜୀବନ
ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଜଣେ ବିଜେପି ନେତ୍ରୀ ମୁନେଶ ଗୋଦ୍ରାଙ୍କୁ ତାଙ୍କ ସ୍ୱାମୀ ସୁନୀଲ ଗୋଦ୍ରା ଗୁଳି କରି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଚରିତ୍ର ଉପରେ ସନ୍ଦେହ କରି ବିଜେପି ନେତ୍ରୀଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ସ୍ୱାମୀ ଫେରାର ହୋଇଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରିବାକୁ ପଠାଇଛି । ଘଟଣାଟି ଘଟିଥିଲା ଶନିବାର । ମୃତା ମୁନେଶ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ସମ୍ପାଦିକା ଥିଲେ । ରାଜନୀତିରେ ବେଶ ସକ୍ରିୟ ଥିବା ମୁନେଶଙ୍କୁ ଅନେକ ସମୟରେ ଘରୁ ବାହାରକୁ ଯିବାକୁ ପଡ଼ୁଥିଲା । ବାହାରେ ସେ ଅନେକ ଦଳୀୟ ନେତାଙ୍କ ସହ ମିଶୁଥିବାରୁ ସ୍ୱାମୀ ସୁନୀଲଙ୍କୁ ଏହା ପସନ୍ଦ ନଥିଲା । ଶନିବାର ରାତି ୯ ଟା ୩୦ ରେ ସୁନୀଲ ଘରକୁ ଫେରିବା ସମୟରେ ମୁନେଶ ତାଙ୍କ ଭଉଣୀଙ୍କ ସହ ଭିଡିଓ କଲ କରି କଥା ହେଉଥିଲେ । କାହା ସହ କଥା ହେଉଛ ବୋଲି ପଚାରି ଝଗଡ଼ା କରିବା ଆରମ୍ଭ କରିଥିଲେ ସୁନୀଲ । ଉଭୟଙ୍କ ମଧ୍ୟରେ ବଚସା ଧୀରେ ଧୀରେ ବଢ଼ିବା ପରେ ସୁନୀଲ ନିଜର ବନ୍ଧୁକ ଆଣି ପତ୍ନୀଙ୍କ ଉପରକୁ ଗୁଳି କରିଥିଲେ । ଘଟଣା ସ୍ଥଳରେ ମୁନେଶଙ୍କର ମୃତ୍ୟୁ ହୋଇଥିଲା ।