ସ୍ତ୍ରୀକୁ ପିଟି ପିଟି ହତ୍ୟା

ସ୍ତ୍ରୀକୁ ପିଟି ପିଟି ହତ୍ୟା

ସ୍ତ୍ରୀକୁ ପିଟି ପିଟି ହତ୍ୟା


ଜଳେଶ୍ୱର: ଜଳେଶ୍ୱର ଥାନା କୁବାଡିଆ ଗ୍ରାମର ଜଣେ ସ୍ୱାମୀ ତା’ର ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ହତ୍ୟା କରିଛି । ସୂଚନା ଅନୁଯାୟୀ କୁବାଡିଆ ଗ୍ରାମର ଲାଖାଇ କିସ୍କୁ ଉକ୍ତ ଗ୍ରାମର ଦୁର୍ଗୀ କିସ୍କୁକୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅ ଥିଲାବେଳେ ଦୀର୍ଘ ଦିନ ଧରି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିଥିଲା ।

ତେଣୁ ଗତ ଦୁର୍ଗାପୂଜାଠାରୁ ସ୍ତ୍ରୀ ଦୁର୍ଗୀ ନିଜର ବାପ ଘରେ ଆସି ରହୁଥିଲେ। ତେବେ ଗତକାଲି ସନ୍ଧ୍ୟା ସମୟରେ  କୌଣସି ଏକ କଥାକୁ କେନ୍ଦ୍ର କରି  ସ୍ୱାମୀ ଲାଖାଇ ଦୁଇ ଖଣ୍ଡ ବାଉଁଶରେ ଦୁର୍ଗୀକୁ ନିସ୍ତୁକ  ମାଡ଼ ମାରିଥିଲା । ପରେ ତାକୁ ତା’ର ବାପାଙ୍କ ଘରକୁ ନିଆଯାଇଥିଲା। ମାତ୍ର ବିଳମ୍ବିତ ରାତିରେ  ସ୍ତ୍ରୀ ଦୁର୍ଗୀର ମୃତ୍ୟୁ ଘଟିଥିଲା । ଗାଁ ଲୋକ ଜାଣିପାରି ଜଳେଶ୍ୱର ଥାନାକୁ ଖବର ଦେଇଥିଲେ ।       ଖବରପାଇ  ଜଳେଶ୍ୱର ଥାନା ଆଇଆଇସି ରୋଜଳୀନ ବେହେରା ସଦଳବଳେ  ଘଟଣାସ୍ଥଳରେ ପହଁଚି ସ୍ୱାମୀ ଲାଖାଇକୁ ଗିରଫ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛି ।