ସ୍ତ୍ରୀ ସହ ସମ୍ପର୍କ ସନେ୍ଦହ: ବାପାକୁ ମାରିଲା ଡାକ୍ତର ପୁଅ

ସ୍ତ୍ରୀ ସହ ସମ୍ପର୍କ ସନେ୍ଦହ: ବାପାକୁ ମାରିଲା ଡାକ୍ତର ପୁଅ

ଭୁବନେଶ୍ୱର: ନିଜ ସ୍ତ୍ରୀ ସହ ବୃଦ୍ଧ ବାପାଙ୍କ ଅନୈତିକ ସମ୍ପର୍କ ! ପୁଣି ଅତି ଘନିଷ୍ଠ ସମ୍ପର୍କରୁ ସନ୍ତାନ ଜନ୍ମ । ଦୀର୍ଘ ଦିନ ଧରତି ମୁଣ୍ଡରେ ବସା ବାନ୍ଧି ରହିଥିବା ଏଭଳି ଏକ କୁତ୍ସିତ ସନେ୍ଦହ ଶେଷରେ ଜଣେ ଡାକ୍ତରଙ୍କୁ ପିତୃ ହତ୍ୟାକାରୀ ସଜାଇ ଦେଇଛି । ପିଶାଚ ପାଲଟି ଯାଇଥିବା ଡାକ୍ତର ପୁଅ ତାଙ୍କ ୭୩ ବର୍ଷୀୟ ବୃଦ୍ଧ ବାପାଙ୍କୁ ତଳେ ପକାଇ ନର୍ଘାତ ମୁଥ ପାରି ମାରି କଙ୍କାଳ ହାଡ଼ ଭାଙ୍ଗି ଦେବା ସହ ଭିଆଇ ବସିଛି ବୀଭତ୍ସ ହତ୍ୟାକାଣ୍ଡ । ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି ରାଜଧାନୀର ଖଣ୍ଡଗିରି ଥାନା ଜାଗମରା ଜଗମୋହନ ନଗରରେ । ହତ୍ୟାକାଣ୍ଢର ଶିକାର ହୋଇଛନ୍ତି ପୂର୍ବତନ କୃଷି ଅଧିକାରୀ ରାଜ କିଶୋର ମିଶ୍ର (୭୩) । ତାଙ୍କର ଏକମାତ୍ର ପୁଅ ଆୟୁଷ ଡାକ୍ତର ରଞ୍ଜନ ମିଶ୍ର ଘଟାଇଛନ୍ତି ଏହି ଅଭାବନୀୟ କାଣ୍ଡ । ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ଡାକ୍ତର ରଞ୍ଜନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଓ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦେଇଛି । ପୁଅକୁ ଡାକ୍ତର କରିବା ପାଇଁ ବହୁ କଷ୍ଟ ଉଠାଇ୍ଥିବା ବାପା, ବୃଦ୍ଧ ବୟସରେ ସେହି ଡାକ୍ତର ପୁଅ ହାତରେ ଜୀବନ ହରାଇବା ଭଳି ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ହୀନ ସନେ୍ଦହରେ ମାୟାଜାଲ କିଭଳି ଜଣେ ଡାକ୍ତର ଭଳି ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ବି ନୀଚ ସ୍ତରକୁ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଘଟଣାଟି ଏମିତି । କୃଷି ବିଭାଗରୁ ଅତିରିକ୍ତ ନିଦେ୍ର୍ଧଶକ ଭାବେ ଅବସର ନେବା ପରେ ରାଜକିଶୋର ପରିବାର ସହ ଜଗମୋହନ ନଗରର ଅଞ୍ଚଳରେ ରହୁଥିଲେ । କିଛି ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇସାରିଛି । ପୁଅ, ବୋହୂ, ୨ଟି ନାତି (୬ ବର୍ଷ ଓ ୫ ମାସର) ଓ ଜଣେ ଅବିବାହିତ ଝିଅଙ୍କୁ ନେଇ ତାଙ୍କ ସଂସାର । ପୁଅ ରଞ୍ଜନ ବାଣପୁରରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟକରୁଥିଲେ । ସେ ପ୍ରତି ସପ୍ତାହରେ ଥରେ ଘରକୁ ଆସନ୍ତି । ତାଙ୍କ ପତ୍ନୀ ଦ୍ୱିତୀୟ ଥର ଗର୍ଭବତୀ ହେବା ପରେ ତାଙ୍କ ମନରେ ସୃଷ୍ଟି ହୋଇଥିଲା ଏକ କଦର୍ଯ୍ୟ ସନେ୍ଦହ । ବାପାଙ୍କ ସହ ସ୍ତ୍ରୀର ପାପ ସମ୍ପର୍କ ଥିବା ନେଇ ରଞ୍ଜନ ସନେ୍ଦହ କରିଥିଲେ । ମନରେ ଘନୀଭୂତ ହେଉଥିବା ସନେ୍ଦହ ପାଇଁ ସେ ସ୍ତ୍ରୀ ଓ ବାପାଙ୍କ ସହ ବିନା କାରଣରେ ପାଟିତୁଣ୍ଡ କରୁଥିଲେ । ସମସ୍ତଙ୍କ ସମ୍ମୁଖରେ ପତ୍ନୀଙ୍କୁ ଗୋରୁଗାଈ ଭଳି ପିଟୁଥିଲେ । ସ୍ୱାଭାବିକ ଭାବେ ବାପା ଓ ବଡ଼ ଭଉଣୀ ଏହାର ପ୍ରତିବାଦ କରୁଥିଲେ । ତେବେ ରଞ୍ଜନ ଏହି ମଉକାରେ ବାପାଙ୍କୁ ମଧ୍ୟ ମାଡ଼ ମାରୁଥିଲେ । କିନ୍ତୁ ଲୋକଲଜ୍ଜାକୁ ଡରି କେହି ମୁହଁ ଖୋଲି ପାରୁନଥିଲେ ଓ କଥାଟି ଘରର ଚାରିକାନ୍ଥ ଡେଇଁ ବାହାରକୁ ଆସିପାରିନଥିଲା । ତେବେ ୫ ମାସ ପରେ ଦ୍ୱିତୀୟ ସନ୍ତାନ ଜନ୍ମ ହେଲା ପରେ ରଞ୍ଜନଙ୍କ ସନେ୍ଦହ ଆହୁରି ଘନୀଭୂତ ହୋଇଥିଲା । ଏଥିପାଇଁ ସେ ଉଭୟ ପତ୍ନୀ ଓ ବାପାଙ୍କୁ ମାଡ଼ ମାରୁଥିଲେ । ଶେଷରେ ଗତ ୯ ତାରିଖ ରାତିରେ ଚାକିରିରୁ ଇସ୍ତଫା ଦେଇ ସେ ଘରକୁ ଚାଲିଆସିଥିଲେ । ଗୁରୁବାର ମଧ୍ୟାହ୍ନରେ ପୁରୁଣା ସନେ୍ଦହକୁ କ୍ରୋଧାନ୍ଧ ହୋଇ ବାପାଙ୍କୁ ତଳେ ପକାଇ ଛାତିକୁ ମୁଥମାରି ହତ୍ୟା କରିଥିଲେ ।