ସ୍କୁଲ୍‌ ଗାଡ଼ିରେ ଲାଗିଲା ନିଆଁ, ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ

ସ୍କୁଲ୍‌ ଗାଡ଼ିରେ ଲାଗିଲା ନିଆଁ, ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ

ସ୍କୁଲ୍‌ ଗାଡ଼ିରେ ଲାଗିଲା ନିଆଁ, ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର କଲେଜ ଛକ ନିକଟରେ ସ୍କୁଲ ଭ୍ୟାନ୍ରେ ଅଗ୍ନିକାଣ୍ଡ। ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ନେଇ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତଥିବା ସ୍ଥାନୀୟଲୋକ ଗାଡ଼ିରେ ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡରେ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି। ସମସ୍ତକୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ବିଦ୍ୟାଳୟକୁ ପଠାଯାଇଛି। 

ସୂଚନା ମୁତାବିକ, ସୋମବାର ସକାଳୁଆ ସ୍କୁଲ ଥିବାରୁ ଉଲୁଣ୍ଡା ଥାନା ଅନ୍ତର୍ଗତ ଶିନ୍ଧୋଲ ଅଞ୍ଚଳାରୁ ବିନିକାର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀ ନେଇ ଆସୁଥିବା ସମୟରେ ସ୍କୁଲ ଭ୍ୟାନ୍ ପଛପଟେ ହଠାତ୍ ନିଆଁ ଲାଗି ଧୂଆବାହାରିଥିଲା। ଡ୍ରାଇଭର ଜାଣିପାରି ଗାଡ଼ିଟିକୁ ଅଟକାଇ ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତଥିବା ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଗାଡ଼ିରୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଏକ ସ୍କୁଲଗାଡ଼ିରେ ପିଲାଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟକୁ ପଠାଯାଇଥିଲେ। ଛାତ୍ରଛାତ୍ରୀଙ୍କୁ ନେଇକି ଯାଉଥିବା ସ୍କୁଲ ଗାଡ଼ିର ଫିଟ୍ ନେସ୍ ଉପରେ ପ୍ରଶ୍ନ ଉଠିଛି।