ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’

ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ବର : ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ’ବନ୍ଦେ ଉତ୍କଳ ଜନନୀ’ ।ମାଧ୍ୟମିକ ସ୍ତରରେ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ରହିବ ବନ୍ଦେ ଉତ୍କଳ ଜନନୀ। ମୁଖମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । । ଜୁନ୍‌ ୭ ତାରିଖରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଥିଲା । ରାଜ୍ୟ ସଙ୍ଗୀତ ମାନ୍ୟତା ପାଇବା ପରେ ଏହି ସଙ୍ଗୀତକୁ ରାଜ୍ୟସରକାରଙ୍କ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମ ତଥା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସ୍କୁଲ, କଲେଜ, ସଭାସମିତି ଓ ସାଂସ୍କୃତିକ କାର୍ୟ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ପରିବେଷଣ ହେବ ବୋଲି ସୂଚନା ଦିଆଯାଇଥିଲା । ସେହିପରି ସ୍କୁଲ ପାଠ୍ୟକ୍ରମରେ ଏହି ଅମର ସଙ୍ଗୀତ ସ୍ଥାନିତ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ । ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସହିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ପର୍କରେ ସୂଚନା ରହିବା ନେଇ କହିଥିଲେ ଗଣଶିକ୍ଷା ମନ୍ତ୍ରୀ ।