ସ୍କୁଟିରୁ ଗଳି ପଡ଼ିଲେ ମମତା

ସ୍କୁଟିରୁ ଗଳି ପଡ଼ିଲେ ମମତା

ସ୍କୁଟିରୁ ଗଳି ପଡ଼ିଲେ ମମତା
କୋଲକତା: ପେଟ୍ରୋଲ, ଡିଜେଲର ମୂଲ୍ୟବୃଦ୍ଧି ପ୍ରତିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବ୍ୟାଟେରୀଚାଳିତ ସ୍କୁଟିରେ ମନ୍ତ୍ରୀ ଫିରଦା ହାକିମଙ୍କ ପଛରେ ବସି ନବାନ୍ନ ଆସିଥିଲେ । ମୁଣ୍ଡରେ ହେଲମେଟ ଓ ଗଳାରେ ପେଟ୍ରୋଲ ଦରବୃଦ୍ଧି ପ୍ରତିବାଦ ଲେଖା ଥିବା ବ୍ୟାନର ଝୁଲାଇ ଯାଉଥିବାବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଲୋକ ତାଙ୍କୁ ଦେଖିବା ପାଇଁ ରୁଣ୍ଡ ହୋଇଥିଲେ । ସନ୍ଧ୍ୟାରେ ଘରକୁ ଫେରିବା ବେଳେ ନିଜେ ସ୍କୁଟି ଚଳାଇ ଯାଇଥିଲେ । ମମତା ସ୍କୁଟି ଚଳାଇବା ଜାଣି ନଥିବାରୁ କିଛି ଲୋକ ସ୍କୁଟି ଦୁଇ ପଟୁ ଧରି ଧାଉଁଥିଲେ । ତଥାପି ବାଟରେ ସ୍କୁଟିରେ ଗଳି ପଡ଼ିବା ବେଳେ ସୁରକ୍ଷାକର୍ମୀ ତାଙ୍କୁ ଧରି ପକାଇଥିଲେ । ମମତାଙ୍କ ଏହି ଅଭିଯାନରେ ୧୫ଟି ମଟର ସାଇକଲ ବି ସାମିଲ ହେଉଥିଲା । ମମତା କହିଛନ୍ତି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ତୃଣମୂଳ ଜୋରଦାର ଆନେ୍ଦାଳନ କରିବ ।