ସୋନିଆଙ୍କୁ ଭେଟିଲେ ନିରଞ୍ଜନ

ସୋନିଆଙ୍କୁ ଭେଟିଲେ ନିରଞ୍ଜନ

ସୋନିଆଙ୍କୁ ଭେଟିଲେ ନିରଞ୍ଜନ

ନୂଆଦିଲ୍ଲୀ: ରାଜ୍ୟରେ କଂଗ୍ରେସର ସଂଗଠନ ଭୁଶୁଡି ଚାଲିଛି। ନେତା ଦଳ ଛାଡ଼ୁଛନ୍ତି। ପରାଜୟ ପରେ ପରାଜୟର ସମ୍ମୁଖୀନ ହେବାକୁ ପଡୁଛି ଦଳକୁ। ଅନ୍ୟପଟେ ଗୋଷ୍ଠୀ କନ୍ଦଳ ଥମୁନି। ଏଭଳି ସ୍ଥିତିରେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ ଓ ସୋନିଆଙ୍କ ମଧ୍ୟରେ କି ଆଲୋଚନା ହେଲା, ତାହାକୁ ନେଇ ରାଜ୍ୟ କଂଗ୍ରେସରେ ପ୍ରବଳ ଆଲୋଚନା ହେଉଛି।

ତେବେ ନିରଞ୍ଜନ ରାଜ୍ୟରେ କଂଗ୍ରେସର ଗଡ଼ ଦୃଢ କରିବା ସହିତ ସ୍ଥିତି ସୁଧାରିବାକୁ ସୋନିଆ ଗାନ୍ଧୀଙ୍କ ସହିତ ଆଲୋଚନା କରିଥିବା ପିସିସି ପକ୍ଷରୁ କୁହାଯାଉଛି।

ଦୁଇ ଦିନ ପରେ ଅର୍ଥାତ୍ ୨୬ ତାରିଖରେ କଂଗ୍ରେସର ସମସ୍ତ ପିସିସି ସଭାପତିଙ୍କୁ ନେଇ ବୈଠକ ହୋବକୁ ଥିବା ବେଳେ ଏହା ପୂର୍ବରୁ ଦିଲ୍ଲୀରେ ପହଞ୍ଚିଛନ୍ତି ନିରଞ୍ଜନ ।