ସୁନା ଛାଉଣୀ ଘର

ସୁନା ଛାଉଣୀ ଘର

ସୁନା ଛାଉଣୀ  ଘର

ବିଶାଳ ସ୍ୱର୍ଣ୍ଣ ପ୍ରତିମା, ସ୍ୱର୍ଣ୍ଣ ମନ୍ଦିର ଏପରିକି ସୁନା ଛାଉଣୀ ପୋଷାକ ଗାଡି କଥା ଆମେ ଶୁଣିଛନ୍ତି । ତେବେ  ଭିଏତନାମାରେ ଚତୁର୍ଥ ବୃହତ୍ତମ  ସହର କାନ ଥୋ ବାସିନ୍ଦା ଙ୍ଗୁୟେନ ଭାନ ଟ୍ରଙ୍ଗ ନିଜ ଘର ଉପରେ ସୁନା ଛାଉଣୀ କରି ଚର୍ଚ୍ଚିତ ହୋଇଛନ୍ତି । ନିର୍ମାଣ କ୍ଷେତ୍ରରେ ନିଜର ବ୍ୟପାର ସାମ୍ରାର୍ଯ୍ୟ ବୃଦ୍ଧି କରିଥିବା  ଟ୍ରଙ୍ଗ ବିଶ୍ୱର ବିଭିନ୍ନ ସହରପରିଭ୍ରମଣ କଲା ପରେ  ନିଜ ଜନ୍ମ ସହରରେ  ଏକ ନିଆରା  ବିଳାସମୟ କୋଠା ନିର୍ମାଣ କରିବା ପାଇଁ ସମସ୍ଥ କରିଥିଲେ ।

୬ ବର୍ଷ ତଳେ ଜଣେ ଗୃହସଜା ବିଶେଷଜ୍ଞଙ୍କ ସହ ପରାମର୍ଶ କରି ସେ ନିଜ ବାସଭବନକୁ ସଂପୂର୍ଣ୍ଣ ସୁନାପାତରେ ଆଚ୍ଛାଦିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଏହି ପ୍ରକଳ୍ପ ସମ୍ପୁର୍ଣ୍ଣଦୀର୍ଘ ବର୍ଷ ଲାଗିଥିଲା । ତାଙ୍କର ଏହି ନିଆରା  ଅଭିଳାଷ ସ୍ୱରୂପ ଘରର ଭିତର ଓ ବାହାର କାନ୍ଥ ସମେତ ବିଭିନ୍ନ ଗୃହଉପକରଣ ମଧ୍ୟ ୧୮ କ୍ୟାରାଟ ସୁନା ପାତକରେ ଛାଉଣୀ କରାଯାଇଛି । ତେବେ  ବେପାରୀ ଟ୍ରଙ୍ଗ ପରିଦର୍ଶନ ପାଇଁ ବହିରାଗତ ପ ର୍ଯ୍ୟଟକମାନଙ୍କ ଠାରୁ ୪ ତଲାର ବା ୫୦,୦୦୦ ଡଙ୍ଗ ଲେଖା ଏଁ ଆଦାୟ କରିଛନ୍ତି ।