ସିଲ୍ ହେଲା ୟୁନିଟ-୪ ମାର୍କେଟ
ସିଲ୍ ହେଲା ୟୁନିଟ-୪ ମାର୍କେଟ
ଭୁବନେଶ୍ବର: ମାନିଲେନି କଟକଣା, ସିଲ ହେଲା ୟୁନିଟ ୪ ମାଛ ମାର୍କେଟ । କୋଭିଡ ନିୟମ ନମାନିବାରୁ କାର୍ୟ୍ୟାନୁଷ୍ଠାନ ନେଲା ବିଏମ୍ସି । ଆଜି(ରବିବାର) ସପ୍ତାହନ୍ତ ସଟଡାଉନ ଥିବାରୁ ଭୁବନେଶ୍ୱରରେ ଦୋକାନ ବଜାର ବନ୍ଦ ରହିବା କଥା, ହେଲେ ୟୁନିଟ ୪ ହୋଲ ସେଲ ମାର୍କେଟ ଏବଂ ପରିବା ହାଟ ଖୋଲା ରହିଥିବା ବେଳେ କୋଭିଡ ନିୟମ ଉଲ୍ଲଙ୍ଘନ ହେବାରୁ ବିଏମସି ପକ୍ଷରୁ ଏହାକୁ ସିଲ କରି ଦିଆଯାଇଛି ।
ସଟଡାଉନ ସମୟରେ କିଛି ଅମାନିଆ ବ୍ୟବସାୟୀ କୋଭିଡ ନିୟମକୁ ଫୁ କରି ବ୍ୟବସାୟ କରୁଥିଲେ, ଏନେଇ ବିଏମସି ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ୟୁନିଟ ୪ ମାର୍କେଟକୁ ସିଲ କରି ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଏହି ମାର୍କେଟ ବନ୍ଦ ରହିବ। ଭୁବନେଶ୍ୱର ମହାନଗର ନିଗମ ସାଉଥ ଇଷ୍ଟ ଜୋନ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠି, ଜେଡିସି ଅଂଶୁମାନ ରଥ, ଲିଲନ ସାହୁ ଏହି ଚଢ଼ାଉରେ ସାମିଲ ହୋଇଥିଲେ।




admin 