ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଭାରୀ ନିଯୁକ୍ତ କଲା କଟକ ଜିଲ୍ଲା କଂଗ୍ରେସ

ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଭାରୀ ନିଯୁକ୍ତ କଲା କଟକ ଜିଲ୍ଲା କଂଗ୍ରେସ

ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଭାରୀ ନିଯୁକ୍ତ କଲା କଟକ ଜିଲ୍ଲା କଂଗ୍ରେସ
ଭୁବନେଶ୍ବର : ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ଏହାକୁ ଆଖି ଆଗରେ ରଖି କଟକ ଜିଲ୍ଲା କଂଗ୍ରେସକୁ ସୁସଂଗଠିତ କରିବା ସହ ବିଜେପି ଓ ବିଜେଡି ବିରୋଧରେ ଆକ୍ରମଣାତ୍ମକ ରଣନୀତି କରିବା ପାଇଁ ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି ।

ଏନେଇ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତିଯେ, ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ପ୍ରଭାରୀ ଓ ସହପ୍ରଭାରୀମାନେ ପଞ୍ଚାୟତ ଓ ଓ୍ବାର୍ଡ ଗସ୍ତ କରି କଂଗ୍ରେସକୁ ସୁସଂଗଠିତ କରିବେ । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବେ ।  ପ୍ରଭାରୀମାନେ ନିର୍ବାଚନମଣ୍ଡଳୀ ଗସ୍ତ କରିବା ପୂର୍ବରୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀ , ବ୍ଲକ ଓ ନଗର କଂଗ୍ରେସ ସଭାପତି, ବରିଷ୍ଠ କଂଗ୍ରେସ ନେତା, ଛାମୁଆ ସଂଗଠନର ସଭାପତିମାନଙ୍କୁ ଅବଗତ କରାଇବାକୁ ଶ୍ରୀ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି ।

ବାଙ୍କୀ ପାଇଁ ମାନସ ରଞ୍ଜନ ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସହ ପ୍ରଭାରୀ ଭାବେ ରାଜେଶ କୁମାର ସ୍ବାଇଁ, କେଦାରନାଥ ସାହୁ ଓ ଅନିରୁଦ୍ଧ ଦାସଙ୍କୁ ଦାୟିତ୍ବ ମିଳିଛି ।‌ ସେହିପରି ଆଠଗଡ ପାଇଁ କୁବେର ଚୌଧୁରୀ ପ୍ରଭାରୀ ହୋଇଥିବାବେଳେ ଦେବରାଜ ଜେନା, ରତ୍ନାକର ପରିଡା, ସରୋଜ କୁମାର ସାହୁ ଓ ଅକ୍ଷୟ କୁମାର କରଣ ସହ ପ୍ରଭାରୀ ହୋଇଛନ୍ତି ।

ଅପରପକ୍ଷରେ ବଡମ୍ବା ପାଇଁ ଅକ୍ଷୟ ଟୁଙ୍ଗ ସାମନ୍ତ ପ୍ରଭାରୀ, ଅହମ୍ମଦ ଖାନ ଓ ତନ୍ମୟ ପରିଜାଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । 

ପ୍ରବୀଣ କାନୁନଗୋ ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ହୋଇଥିବାବେଳେ ସହପ୍ରଭାରୀ ହୋଇଛନ୍ତି ରାଜଶିଖନ ସ୍ବାଇଁ ଓ ରଶ୍ମୀକାନ୍ତ ସାମଲ । ମାହାଙ୍ଗା ପ୍ରଭାରୀ ଭାବେ ଶଶୀକାନ୍ତ ଲେଙ୍କାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସହ ପ୍ରଭାରୀ ଭାବେ ସୁରେନ୍ଦ୍ର ମହାରଣା, ଅଜିତ କୁମାର ପଣ୍ଡା, ସେଖ ନକିଭ ଅହମ୍ମଦଙ୍କୁ ଦାୟିତ୍ବ ଦିଆଯାଇଛି ।

ସମରେନ୍ଦ୍ର ହାତୀ କଟକ ସଦର ପ୍ରଭାରୀ ହୋଇଥିବାବେଳେ ପ୍ରତାପ ଚନ୍ଦ୍ର ପରିଡା, ଦେବରାଜ ବୈଥାଳୁ ଓ ସଞ୍ଜୟ କୁମାର ବିଶୋୟୀ ସହ ପ୍ରଭାରୀ ହୋଇଛନ୍ତି ।‌ ଯେତେବେଳେକି  କଟକ ଚୌଦ୍ବାର ପ୍ରଭାରୀ ଭାବେ ମନୋଜ ବିଶ୍ବାଳ, ସହପ୍ରଭାରୀ ଭାବେ ସୁକାନ୍ତ ସାହାଣୀ, ଭାସ୍କର ବେହେରା, ରଞ୍ଜନ ସେନାପତି ଓ ମନୋରମା ପାତ୍ରଙ୍କୁ ଦାୟିତ୍ବ ମିଳିଛି । ନିଆଳି ପ୍ରଭାରୀ ଭାବେ ଦୁର୍ଗା ଦାଶ, ସହପ୍ରଭାରୀ ଭାବେ ଅଲେଖ ଚନ୍ଦ୍ର ବେହେରା, ଶିଶିର ରଥ ଓ ଉଗ୍ରେସନ ଭୂୟାଁଙ୍କୁ ନିଯୁକ୍ତ କରାଯାଇଛି ।

କଟକ ଜିଲ୍ଲା କଂଗ୍ରେସ ଅଫିସ ଦାୟିତ୍ବ ସମରେନ୍ଦ୍ର ହାତି, ମନୋଜ ବିଶ୍ବାଳ, ଶିଶିର ରଥ, ରାଜେଶ ସ୍ବାଇଁ, ସଚ୍ଚିଦାନନ୍ଦ ରାଉତ ଓ ସଦାଶିବ ବାରିକଙ୍କ ହାତରେ ନ୍ୟସ୍ତ କରାଯାଇଛି । ଅପରପକ୍ଷରେ ମାସିକ ରିପୋର୍ଟିଂ ଟିମରେ ପ୍ରବୀନ କୁମାର କାନୁନଗୋ, ରାଜେଶ ମୋହନା, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ ରହିଛନ୍ତି ।