ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ ।

ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ ।

ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ ।
ମହାମାରୀ କରୋନାକୁ କାବୁ କରିବାକୁ ଜନତା କର୍ଫ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବ୍ୟାପି ଜନସାଧାରଣ ଜନତା କର୍ଫ୍ୟୁ ପାଳନ କରି ନିଜେ ନିଜକୁ ଘର ଭିତରେ ବନ୍ଦୀ କରିଛନ୍ତି । ଦୋକାନ ବଜାର, ସ୍କୁଲ କଲେଜ, ଗାଡି ମୋଟର ସବୁ ବନ୍ଦ ରହିଛି । ସକାଳ ୭ଟାରୁ ଏହି ଜନତା କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୯ଟା ଯାଏଁ ଏହା ଚାଲିବ । ଏହି ୨୪ ଘଂଟାରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ତେବେ ଓଡିଶାବାସୀ ଜନତା କର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଆଜି ମାଲଗୋଦାମ, ସପିଂ ମଲ ଇତଦି ସଂପୂର୍ଣ୍ଣ ବନ୍ଦ ରଖାଯାଇଛି ।