ସାଙ୍ଗ ସ୍ତ୍ରୀଙ୍କୁ ବଳାକ୍ରାର
ସାଙ୍ଗ ସ୍ତ୍ରୀଙ୍କୁ ବଳାକ୍ରାର
ବାରଙ୍ଗ: ବାରଙ୍ଗ ଥାନା ମୁଣ୍ଡଳି ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ମହିଳାଙ୍କୁ ବଳାକ୍ରାର କରିବା ଅଭିଯୋଗରେ ଜଣଙ୍କୁ ବାରଙ୍ଗ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଚନ୍ତି ପୀଡ଼ିତାଙ୍କ ଗ୍ରାମର କାନ୍ଦୁରା ପୂର୍ତ୍ତି (୪୦) । ପୀଡ଼ିତା ସାବିତ୍ରୀ (ଛଦ୍ମନାମ)ଙ୍କ ସ୍ୱାମୀ ହେଉଛନ୍ତି ଅଭିଯୁକ୍ତଙ୍କ ବନ୍ଧୁ । ସେ କିଛି ଦିନ ହେବ ଅସୁସ୍ଥ ଅଛନ୍ତିି । କାନ୍ଦୁରା ପୀଡ଼ିତାଙ୍କ ସହ ତାଙ୍କ ସ୍ୱାମୀ ୧୫ ତାରିଖ ଦିନ ଜଣେ ବୈଦ୍ୟଙ୍କ ପାଖକୁ ନେଇଯାଇଥିଲେ । ଫେରିବା ସରେ ସ୍ୱାମୀଙ୍କୁ ଆଉ ଜଣଙ୍କ ସାଙ୍ଗରେ ଘରକୁ ପଠାଇଦେଲେ । ଜଙ୍ଗଲିଆ ରାସ୍ତାରେ ଫେରୁଥିବା ବେଳେ ଅଭିଯୁକ୍ତ ପୀଡ଼ିତାଙ୍କ ଏକ ବୁଦା ପାଖକୁ ଟାଣି ନେଇ ବଳାକ୍ରାର କରି ଫେରାର ହୋଇଯାଇଥିଲେ । ଏ ନେଇ ପୀଡ଼ିତା ପ୍ରଥମେ ଗ୍ରାମରେ ମୁରବିଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଅଭିଯୁକ୍ତ ଫେରାର ଥିବାରୁ କିଛି କାର୍ଯ୍ୟାନୁଷ୍ଠାନ ହୋଇପାରିନଥିଲା । ତେବେ ୩ ଦିନ ପରେ ଅଭିଯୁକ୍ତ ଗ୍ରାମକୁ ଆସିଥିଲେ । ଗ୍ରାମ ମୁରବିଙ୍କ ପରାମର୍ଶକ୍ରମେ ପୀଡ଼ିତାଙ୍କ ବାରଙ୍ଗ ଥାନାରେ ଅଭିଯୋଗ କରିଥିଳେ । ପୁଲିସ ଅଭିଯୁକ୍ତକୁ ତାଙ୍କ ଗ୍ରାମରୁ ଗିରଫ କରିଥିଲା ।




admin 