ସଲମାନଙ୍କ ବାପା କହିଲେ ‘ରାଧେ’ ସେତେ ଖାସ ନୁହେଁ

ସଲମାନଙ୍କ ବାପା କହିଲେ ‘ରାଧେ’ ସେତେ ଖାସ ନୁହେଁ

ସଲମାନଙ୍କ ବାପା କହିଲେ ‘ରାଧେ’ ସେତେ ଖାସ ନୁହେଁ
ଭୁବନେଶ୍ୱର : କରୋନା ସମୟରେ ସିନେମା ହଲ ବନ୍ଦ ଥିଲେବି ରିସ୍କ ନେଇଥିଲେ ସଲମାନ ଖାନ । ଇଦରେ ତାଙ୍କ ସିନେମା ‘ରାଧେ : ୟୋର ମୋଷ୍ଟ ୱାଟେଂଡ଼ ଭାଇ’ ମୁକ୍ତିଲାଭ କରିଥିଲା । କିନ୍ତୁ ସିନେମା ହଲ ନଥିବାରୁ ଓଟିଟି ପ୍ଲାଟଫର୍ମରେ ତାହାର ରିଲିଜ ହୋଇଥିଲା । ଫଳରେ ସିନେମାଟି ସେତେ ଖାସ ବ୍ୟବସାୟ କରିପାରିନାହିଁ । ପ୍ରଥମ ଦିନ ବହୁ ଦର୍ଶକ ସିନେମାଟିକୁ ଦେଖିଥିଲେବି ତାହା ସେମାନଙ୍କୁ ଆକôୃଷ୍ଟ କରିପାରିନଥିଲା । ସଲମାନଙ୍କ ରାଧେକୁ ନେଇ ସିନେ ସମୀକ୍ଷକ ନକରାତ୍ମକ ମନ୍ତବ୍ୟ ଦେଇଥିବାବେଳେ ସଲମାନଙ୍କ ବାପା ମଧ୍ୟ ସେଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତିଯେ, ଏହି ସିନେମାଟି ଦବଙ୍ଗ-୩ ଠାରୁ ବହୁତ ଭିନ୍ନ । ବଜରଙ୍ଗୀ ଭାଇ ଜାନ ବହୁତ ଭଲ ଥିଲା । କିନ୍ତୁ ରାଧେ ସେତେଟା ଖାସ ନୁହେଁ । କିନ୍ତୁ କମର୍ସିଆଲ ସିନେମାରେ ଆୟକୁ ଦେଖାଯାଇଥାଏ । କଳାକାରଠାରୁ ନେଇ ପ୍ରଯୋଜକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟଙ୍କା ଦରକାର । ଏହି ସିନେମାରୁ ଷ୍ଟେକହୋଲଡ଼ରମାନଙ୍କର ଲାଭ ହୋଇଛି । ସେହିପରି ଭଲ ଲେଖକ ନଥିବାରୁ ଭଲ ସିନେମା ଆସିପାରୁନାହିଁ । କାହିଁକିନା ଲେଖକମାନେ ଭଲ ହିନ୍ଦୀ ଓ ଉର୍ଦ୍ଧୁ ସାହିତ୍ୟ ପଢ଼ୁନାହାନ୍ତି ।