ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ପଦବୀ ସୃଷ୍ଟି

ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ପଦବୀ ସୃଷ୍ଟି

ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ପଦବୀ ସୃଷ୍ଟି

ଆଦର୍ଶ ବିଦ୍ୟାଳୟରେ ହେବ ୨୩୭ ବାଳକ ଛାତ୍ରାବାସ

କାରାଗାରରେ ମୃତ୍ୟୁବରଣ କଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର : ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ପଦବୀ ସୃଷ୍ଟି କରାଯିବ  । ଟ୍ରାନ୍ସଜେଣ୍ଡରମାନଙ୍କୁ ପରିବାର ପେନସନ ମିଳିବ  । ଆଦର୍ଶ ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ କରାଯିବ  । ଡ୍ରେନେଜ ପୁନରୁଦ୍ଧାର ପାଇଁ ୫ ବର୍ଷରେ ୧୪ ଶହ କୋଟି ଖର୍ଚ୍ଚ ହେବ  । କ୍ୟାବିନେଟରେ ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ଲାଗିଛି  । 

ଛୁଟି, ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷକ ଅନୁପସ୍ଥିତିକୁ ଭରଣା କରିବା ପାଇଁ ରାଜ୍ୟ ସରକାର ୬୦୨୫ଟି ପଦବୀ ସୃଷ୍ଟି କରିବେ  । ଫଳରେ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣରେ ତାହା ସହାୟକ ହୋଇପାରିବ  । କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି  । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ଟି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କରାଯିବ  । ଏଥିପାଇଁ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ  । ପ୍ରତ୍ୟେକ ଛାତ୍ରବାସ ପାଇଁ ୪.୨୨ କୋଟି ଟଙ୍କାର ଅଟକଳ କରାଯାଇଛି  । ତିନି ମହଲା ବିଶିଷ୍ଟ ଏହି ଛାତ୍ରାବାସରେ ଛାତ୍ରମାନଙ୍କ ଅଧ୍ୟୟନ ପାଇଁ ଭିତିଭୂମି ବ୍ୟବସ୍ଥା ରହିବ  ।