ସମ୍ବଲପୁରୀ ଶାଢ଼ୀ ପ୍ରେମରେ ଅଭିନେତ୍ରୀ ବିଦ୍ୟା

ସମ୍ବଲପୁରୀ ଶାଢ଼ୀ ପ୍ରେମରେ ଅଭିନେତ୍ରୀ ବିଦ୍ୟା

ସମ୍ବଲପୁରୀ ଶାଢ଼ୀ ପ୍ରେମରେ ଅଭିନେତ୍ରୀ ବିଦ୍ୟା
ଭୁବନେଶ୍ୱର: ଓଡ଼ିଶାର ସବୁ ସମ୍ବଲପୁରୀ କାରିଗରଙ୍କୁ ମୋର ପ୍ରଣାମ । ତା ସହିତ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ । ଏ ନେଇ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ଶକୁନ୍ତଳା ଦେବୀର ରିଲିଜ ପୂର୍ବରୁ ସେ ସମ୍ବଲପୁରୀ ବନ୍ଧ ଶାଢ଼ୀ ପରିଧାନ କରିଥିଲେ । ଚଳଚ୍ଚିତ୍ର ପ୍ରମୋଟ କରିବା ସହ ସମ୍ବଲପୁରୀ ଶାଢ଼ୀ ଓ କରୋନାକୁ ନେଇ ଲୋକଙ୍କୁ ସଚେତନ କରିଥିଲେ । ଟୁଇଟରେ ୭.୨୪ ରେ ସେ ଏହି ଭିଡି ପୋଷ୍ଟ କରିଥିଲେ । ଭିଡିଓ ପୋଷ୍ଟ କରିବାର କିଛି ଘଣ୍ଟା ମଧ୍ୟରେ ୨,୨୯୯ ଜଣ ଦେଖିବା ସହିତ ଓଡ଼ିଶା ଟୁରିଜିମ ଏହି ଭିଡିଓକୁ ସେୟାର କରିଛନ୍ତି । ବିଦ୍ୟା ବାଲାନଙ୍କ ଟୁଇଟର ପ୍ରତି ଉତ୍ତରରେ ‘ଉକ୍ରଳ ମିତ୍ର’ ଟୁଇଟର ସହଯୋଗରେ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାବାସୀ ଏହାକୁ ରିଟୁଇଟ କରିବା ସହିତ ବହୁତ ପସନ୍ଦ କରିଥିବା ଦେଖିବାକୁ ମିଳିଛି । ଶକୁନ୍ତଳା ଦେବୀ ଯେବେ ରିଲିଜ ହେଉଛି ସେଇ ଦିନ ହିଁ ମୁଁ ଏ ସୁନ୍ଦର ଶାଢ଼ୀ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରୁଛି ବୋଲି ଅଭିନେତ୍ରୀ ବିଦ୍ୟାବାଲାନ ଭିଡିଓ ମାଧ୍ୟମରେ କହିଛନ୍ତି ।