ସପ୍ତଗିରି କରୋନା ସଂକ୍ରମିତ

ସପ୍ତଗିରି କରୋନା ସଂକ୍ରମିତ

ସପ୍ତଗିରି କରୋନା ସଂକ୍ରମିତ

ଭୁବନେଶ୍ବର: ପୁଣି ଜଣେ ରାଜନେତା କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଏ ନେଇ ସାଂସଦ ଶ୍ରୀ ଉଲ୍ଲାକା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଜଣାଇଛନ୍ତି ଯେ, ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ ସାମାନ୍ୟ ଲକ୍ଷଣଯୁକ୍ତ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲେ । ତେଣୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରହିବା ସହିତ ନିଜ ନିଜର କୋଭିଡ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।