ସତୁରୀ ବର୍ଷ ବୟସରେ ମେଗାଷ୍ଟାର୍‌ ରଜନୀକାନ୍ତ

ସତୁରୀ ବର୍ଷ ବୟସରେ ମେଗାଷ୍ଟାର୍‌ ରଜନୀକାନ୍ତ

ସତୁରୀ ବର୍ଷ ବୟସରେ ମେଗାଷ୍ଟାର୍‌ ରଜନୀକାନ୍ତ
ମୁମ୍ବାଇ : ମେଗାଷ୍ଟାର୍‌ ରଜନୀକାନ୍ତ ଆଜି ୭୦ ବର୍ଷ ବୟସରେ ପାଦ ଦେଇଛନ୍ତି । ୧୯୫୦ ଡିସେମ୍ବର ୧୨ ତାରିଖରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ। ରଜନୀକାନ୍ତଙ୍କର ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଏକ୍ବାଡ। ପ୍ରାରମ୍ଭିକ ଜୀବନରେ ସହକଳାକାର ରୂପେ ଅଭିନୟ ଆରମ୍ଭ କରିଥିବା ରଜନୀକାନ୍ତ ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ଲିଜେଣ୍ଡାରୀ ଆକ୍ଟରର ମାନ୍ୟତା ପାଇଛନ୍ତି । କେବଳ ତାମିଲ୍‌ ସିନେମାର ମହାନାୟକ ଭାବରେ ନୁହଁନ୍ତି ବରଂ ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୁପେ ବେଶ୍‌ ପରିଚିତ ରଜୀନକାନ୍ତ। ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତାଙ୍କର ପ୍ରମୁଖ କାରଣ ଅଟେ। ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା । ସତୁରୀବର୍ଷ ବୟସରେ ମଧ୍ୟ ସେ ଫିଲ୍ମରେ ସକ୍ରିୟ ଅଛନ୍ତି ଏବଂ ବ୍ଲକବଷ୍ଟର ଫିଲ୍ମ ଦେଉଛନ୍ତି। ତାଙ୍କର କିଛି ସୁପରହିଟ୍ ଫିଲ୍ମ ମଧ୍ୟରେ କଓ୍ବାଲି,ଲିଙ୍ଗା,୨.୦, ପେଟା ଏବଂ ଦରବାର ଭଳି ରହିଛି। ତାଙ୍କୁ ଭାରତ ସରକାରଙ୍କ ଦ୍ବାରା ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ଭଳି ସମ୍ମାନରେ ସମ୍ମାନିତ କରାଯାଇସାରିଛି। ଜାକି ଚାନ୍‌ଙ୍କ ପରେ ଏସିଆର ସବୁଠାରୁ ଅଧିକ ଦାମୀ ଅଭିନେତା ହେଉଛନ୍ତି ରଜନୀକାନ୍ତ । ତାମିଲ୍‌ ଚଳଚ୍ଚିତ୍ର ‘ଶିବାଜୀ’ ପାଇଁ ସେ ୨୬ କୋଟିର ପାରିଶ୍ରମିକ ନେଇଥିଲେ। କେବଳ ଦକ୍ଷିଣ ଭାରତୀୟ ଭାଷାରେ ନୁହେଁ ହିନ୍ଦୀ ସିନେମାରେ ମଧ୍ୟ ବେଶ୍‌ ଦକ୍ଷତା ପ୍ରତିପାଦିତ କରିଛନ୍ତି ରଜନୀକାନ୍ତ। ଅନେକ ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ପ୍ରତି ରଜନୀକାନ୍ତଙ୍କର ଅତୁଳନୀୟ ଅବଦାନ ପାଇଁ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଏହି ଅଭିନେତା ଜଣକ। ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ୍‌ ତାରକା ଜଣକ ଏବେ ରାଜନୀତିକୁ ପାଦ ବଢାଉଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖରେ ସେ ତାଙ୍କର ରାଜନୈତିକ ଇନ୍ନିଂସ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଚଳିତବର୍ଷ ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ନିଜ ରାଜନୈତିକ ଦଳର ଘୋଷଣା କରିବେ ଓ ଆସନ୍ତା ବର୍ଷ ଜାନୁଆରୀରେ ଏହାକୁ ଲଞ୍ଚ କରିବେ ବୋଲି ରଜନୀକାନ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରଜନୀକାନ୍ତ ।