ସଢ଼ା ଶବକୁ କାନ୍ଧ ଦେଲେନି, ପୁଲିସ ଏସଆଇ ଦେଲେ କାନ୍ଧ
ସଢ଼ା ଶବକୁ କାନ୍ଧ ଦେଲେନି, ପୁଲିସ ଏସଆଇ ଦେଲେ କାନ୍ଧ
ବାଲିଗୁଡ଼ା : ଶବ ବ୍ୟବଚ୍ଛେଦ ପାଇଁ ବୋହିବାକୁ କେହି ରାଜି ହେଲେନି । ବଡ଼ କଷ୍ଟରେ ମିଳିଲେ ତିନି ଜଣ । ଚାରିକାନ୍ଧ ନ ମିଳିଲେ ଜଙ୍ଗଲ ଭିତରୁ ଶବ ନେବା କଷ୍ଟ । ଶେଷରେ, ଆଉ ଏକ କାନ୍ଧଦେଲେ ଜଣେ ପୁଲିସ ଏସଆଇ । ୨ କିଲୋମିଟର ବୋହି ମହାପ୍ରୟାଣ ଗାଡ଼ି ନିକଟକୁ ଆଣିଥିଲେ । ମୃତକଙ୍କୁ ତାଙ୍କ ବାପା ହତ୍ୟାକରି ପୋତି ଦେଇଥିଲେ ଏବଂ ପୁଲିସ ଏସଆଇ ଥିଲେ ଘଟଣାର ତଦନ୍ତ ଅଧିକାରୀ । ପୁଲିସ ଏସଆଇ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ରବୀନ୍ଦ୍ର ମୁଣ୍ଡାରୀ । ମାମଲାର ତଦନ୍ତଭାର ନେଇ ଘଟଣାସ୍ଥଳକୁ ଯାଇଥିବା ଶ୍ରୀ ମୁଣ୍ଡାରୀ ମାଟିତଳୁ ନିଜେ ଶବ ଖୋଳି ବାହାର କରିଥିଲେ । ହେଲେ ପଚିସଢ଼ି ଯାଇଥିବା ଶବକୁ ଚାରିକାନ୍ଧ ଦେବା ପାଇଁ ପରିବାର କିମ୍ବା ଗାଁ ଲୋକେ ଅମଙ୍ଗ ହୋଇଥିଲେ । କେହି କାନ୍ଧ ନ ଦେବାରୁ ସେ ଶବକୁ କାନ୍ଧ ଦେବାକୁ ଆଗେଇ ଆସିବାରୁ ଆଉ ତିନି ଜଣ ବାହାରିଥିଲେ । ଘଞ୍ଚ ଜଙ୍ଗଲ ସାଙ୍ଗକୁ ପାହାଡ଼ିଆ ଅଙ୍କାବଙ୍କା ରାସ୍ତାରେ ଶବକୁ କାନ୍ଧେଇ ତଳକୁ ଆଣିବା ସହ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ମହାପ୍ରୟାଣ ଗାଡ଼ି ପାଖକୁ ଆଣିଥିଲେ । ଥାନା ଅଧିକାରୀ ବାବା ଶଙ୍କର ସରାଫ ଏସଆଇ ଶ୍ରୀ ମୁଣ୍ଡାରୀଙ୍କୁ ଏଭଳି କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି ।




admin 