ସଂକ୍ରମିତ ଦେଶ ତାଲିକାରେ ଆମେରିକାକୁ ଟପିଲା ବ୍ରାଜିଲ

ସଂକ୍ରମିତ ଦେଶ ତାଲିକାରେ ଆମେରିକାକୁ ଟପିଲା ବ୍ରାଜିଲ

ସଂକ୍ରମିତ ଦେଶ ତାଲିକାରେ ଆମେରିକାକୁ ଟପିଲା ବ୍ରାଜିଲ
ସଂକ୍ରମିତ ଦେଶ ତାଲିକାରେ ଆଗରେ ରହି ଆସୁଥିବା ଆମେରିକାକୁ ପଛରେ ପକାଇ ବ୍ରାଜିଲ ଶୀର୍ଷରେ ପହଞ୍ଚିଛି । ଆମେରିକାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବ୍ରାଜିଲରେ ସଂକ୍ରମଣ ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ ୭୪,୩୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆମେରିକାରେ ୬୬,୮୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତାର କିଛି ଦିନ ହେବ ଉଭୟ ଦେଶରେ ସଂକ୍ରମଣ ଏହି ସ୍ତରରେ ରହିଛି । ଜାନୁଆରୀ ବେଳକୁ ଆମେରିକାରେ ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ହେଉଥିଲେ । କିନ୍ତୁ ଫେବୃୟାରୀ ଆରମ୍ଭରୁ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ମୋଟ କରୋନା ମୃତକଙ୍କ ସଂଖ୍ୟା ଆଧାରରେ ଆମେରିକା ପରେ ସ୍ପେନ ରହିଛି । ବିଶ୍ୱରେ ମୋଟ ୨୫,୭୩,୮୬୧ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି ।