ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଦ୍ଭୂତପୂର୍ବ ସମର୍ଥନ

ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଦ୍ଭୂତପୂର୍ବ ସମର୍ଥନ

ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଦ୍ଭୂତପୂର୍ବ ସମର୍ଥନ
ସ୍ୱେଚ୍ଛାକୃତ ଭାବରେ ସଂଗ୍ରହ ହେଲା ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀ ଦିନ ମୁଁ ଆପଣମାନଙ୍କ ନିକଟରେ ଗୋଟିଏ ଅନୁରୋଧ କରିଥିଲି । ଉଦେ୍ଧଶ୍ୟ ଥିଲା -ଅତ୍ୟନ୍ତ ମହତ୍ । ଅନୁରୋଧ ବି ଥିଲା ମହାପ୍ରଭୁଙ୍କ ଶ୍ରୀମନ୍ଦିରର ନିରାପତ୍ତା ସଂକ୍ରାନ୍ତରେ । ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡ଼ିଆ ଜାତିର ସବୁକିଛି । ସେ ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ । ତାଙ୍କର ଶ୍ରୀଚରଣରେ ସମର୍ପିତ ହୋଇ କାର୍ଯ୍ୟ ଆରମ୍ଭ କଲେ ତାହା ମଙ୍ଗଳପ୍ରଦ ହୋଇଥାଏ । ସେ ଦିନ ଶ୍ରୀମନ୍ଦିର ନିରାପତ୍ତା ପାଇଁ ତ୍ୟାଗ କରିବାକୁ ମୁଁ ନମ୍ରତାର ସହ ଆପଣମାନଙ୍କୁ ଅନୁରୋଧ କରିଥିଲି । ମୁଁ ବହୁତ ଖୁସି ଯେ ଆପଣମାନେ ମୋର ଅନୁରୋଧ ରକ୍ଷା କରିଛନ୍ତି । ସେଥିପାଇଁ ମୁଁ କୃତଜ୍ଞ ମହାପ୍ରଭୁଙ୍କ ଆଶୀର୍ବାଦରେ ମହାପ୍ରଭୁଙ୍କ ପାଇଁ ଆପଣମାନଙ୍କର ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେ ରଖିବ । ଶ୍ରୀମନ୍ଦିର ନିରାପତ୍ତା ପାଇଁ ତା’ର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥାନର ସମ୍ପତ୍ତିକୁ ପ୍ରଦାନ କରିବା ପାଇଁ ମୁଁ ନିବେଦନ କରିଥିଲି । ଜମି ଅଧିଗ୍ରହଣ ପ୍ରକି୍ରୟା ଆରମ୍ଭ ହୋଇଛି । ୪୦ ଦିନ ମଧ୍ୟରେ ସିଧାସଳଖ ବିକି୍ର-ଖର୍ଦ୍ଧି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକି୍ରୟାରେ ଏହା ଏକ ଅଦ୍ଭୁତ ପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଆପଣମାନେ ଆପଣମାନଙ୍କର ଭିଟାମାଟି, ବ୍ୟବସାୟ, ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ହିଁ ଏସବୁ ସମ୍ଭବ ହୋଇପାରିଛି । ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ । ରାଞ୍ଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମିଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ । ମହାପ୍ରଭୁଙ୍କ ପାଇଁ ଆପଣମାନଙ୍କର ଏହି ମହାନ୍ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ିତୋଳିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ଭଲ ପାଇବା ଏହି ସମର୍ପଣ ଭାବ ଇତିହାସର ଏକ ଗୌରବାଜ୍ଜ୍ୱଳ ଅଧ୍ୟାୟ ହୋଇ ରହିବ । ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ଜିଲ୍ଲାପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ରବିବାର ସମେତ ସବୁ ଛୁଟି ଦିନ ମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି । ସେଥିପାଇଁ ମୁଁ ସେମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଛି । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ଉନ୍ନତି ପାଇଁ ମୁଁ ପୁଣି ଥରେ ଆପଣମାନଙ୍କର ସହଯୋଗ କାମନା କରୁଛି ।