ଶ୍ରୀଗଣେଶଙ୍କ ଗୋଟିଏ ଦନ୍ତରେ ରଚନା ହୋଇଥିଲା ମହାଭାରତ
ଶ୍ରୀଗଣେଶଙ୍କ ଗୋଟିଏ ଦନ୍ତରେ ରଚନା ହୋଇଥିଲା ମହାଭାରତ
ସେ ଅଗ୍ରପୂଜ୍ୟ। ହିନ୍ଦୁ ଧର୍ମର ସର୍ବପୂଜ୍ୟ ଦେବତା। ସେ ହେଉଛନ୍ତି ଭଗବାନ ଶ୍ରୀଗଣେଶ । ଯାହାଙ୍କ ଆବାହନ ବିନା କୌଣସି କାର୍ୟ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ। ଶ୍ରୀଗଣେଶଙ୍କୁ ଏକଦନ୍ତ ବୋଲି ମଧ୍ୟ କୁହାଯାଏ। ତେବେ ତାଙ୍କୁ ଏକଦନ୍ତ କହିବାର କାରଣ କ’ଣ? ସେହି ଭଗ୍ନ ଦାନ୍ତ କେଉଁ କାମରେ ଲାଗିଥିଲା ବୋଲି ହୁଏତ ଅନେକ ଜାଣି ନଥିବେ। ତେବେ ଜାଣନ୍ତୁ ଶ୍ରୀଗଣେଶଙ୍କ ଭଗ୍ନ ଦନ୍ତରେ ମହାଭାରତ ରଚନା ହୋଇଥିଲା।
ବିଘ୍ନରାଜ, ବିନାୟକ, ଗଣଦେବତା, ପାର୍ବତୀ ନନ୍ଦନ ଭଳି ତାଙ୍କୁ ଅନେକ ନାମରେ ପୂଜା କରାଯାଏ । ସେଥିମଧ୍ୟରୁ ଏକଦନ୍ତ ହେଉଛି ଏକ ସୁନ୍ଦର ନାମ । ତାଙ୍କର ଗୋଟିଏ ଦାନ୍ତ ଥିବାରୁ ତାଙ୍କୁ ଏକଦନ୍ତ କୁହାଯାଏ । ଏହି ଗୋଟିଏ ଦାନ୍ତ ପଛରେ ଏକ କାହାଣୀ ରହିଛି । ପୌରାଣିକ କଥା ଅନୁସାରେ ଭଗବାନ ବିଷ୍ଣୁଙ୍କ ଶ୍ରୀ ପର୍ଶୁରାମ ଅବତାରରେ ଭଗବାନ ଶିବଙ୍କ ଭକ୍ତ ଥିଲେ । ତେଣୁ ଦିନେ ସେ ଆନନ୍ଦରେ ଭଗବାନ ଶିବଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେହି ସମୟରେ ଦ୍ୱାର ରକ୍ଷକ ଭାବେ ଭଗବାନ ଗଣେଶ କୈଳାଶପୁରକୁ ଜଗିଥିଲେ । ମହାଦେବଙ୍କୁ ଭେଟିବାକୁ ଗଣେଶ ବାଧା ଦେଲେ । ଏଥିରେ କ୍ରୋଧିତ ହୋଇ ପର୍ଶୁରାମ ଓ ଗଣେଶଙ୍କ ମଧ୍ୟରେ ଯୁଦ୍ଧ ହୋଇଥଲା । ଏହି ଯୁଦ୍ଧରେ ପର୍ଶୁରାମ ନିଜ ପରଶୁ ଆଘାତ କରି ଭଗବାନ ଗଣେଶଙ୍କ ଗୋଟଏ ଦାନ୍ତ ଭାଙ୍ଗି ଦେଲେ ।
ଏହି ସମୟରେ ଗଣେଶ ଖୁବ ଜୋରରେ ଚିତ୍କାର କରି ଉଠିଲେ । ଚିତ୍କାର ଶୁଣି ମାତା ପାର୍ବତୀ ଓ ମହାଦେବ ସେଠାରେ ଉପସ୍ଥିତ ହେଲେ । ପର୍ଶୁରାମ ପ୍ରଭୁ ଗଣେଶଙ୍କୁ ଭଗବାନ ଶିବଙ୍କ ପୁତ୍ର ବୋଲି ଜାଣିଲା ପରେ ଆତ୍ମଗ୍ଳାନି କରି କ୍ଷମା ମାଗିଥିଲେ । କିନ୍ତୁ ଭବିଷ୍ୟତରେ କୌଣସି କାର୍ୟ୍ୟ ପାଇଁ ଏହି ଘଟଣା ବିଧି ନିର୍ଦ୍ଦଷ୍ଟ ଥିଲା ବୋଲି ଭଗବାନ ଶିବ ପ୍ରବୋଧନା ଦେଇଥିଲେ । ଏହି ଦିନଠୁ ତାଙ୍କୁ ଏକଦନ୍ତ କୁହାଗଲା ।




admin 