ଶେଷରେ ଜେଲ ଗଲେ ଟୁଙ୍ଗୁରୁ ଭୋଳ
ଶେଷରେ ଜେଲ ଗଲେ ଟୁଙ୍ଗୁରୁ ଭୋଳ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଟୁଙ୍ଗୁରୁ-ବର୍ଷା ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବର୍ଷାଙ୍କୁ ଦୁଷ୍କର୍ମ କରିବା ସହ ଧମକଚମକ ଦେବା ଅଭିଯୋଗରେ ଭରତପୁର ଥାନା ପୁଲିସ ଟୁଙ୍ଗୁରୁ ଭୋଳ ଓରଫ ଆଲୋକ ଭୋଳ(୨୧)ଙ୍କୁ ଗିରଫ କରିଛି । ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶିକିରି ଗ୍ରାମରେ । ସେ ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ ।
ପୁଲିସ ସୂଚନା ଅନୁଯାୟୀ, ଟୁଙ୍ଗୁରୁ ଜଣେ ଅଟୋ ଚାଳକ । ତାଙ୍କ ଅଟୋରେ ଭରତପୁର ଥାନା ଅନ୍ତର୍ଗତ ଶରଧାପଲ୍ଲୀ ବସ୍ତିରେ ରହୁଥିବା ସୁଜୟନ୍ତୀ ଦଳେଇ ଓରଫ ବର୍ଷା ଭୋଳ(୨୯) ଯିବା ଆସିବା କରନ୍ତି । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଗଢ଼ିଉଠେ ପ୍ରେମ ସଂପର୍କ । ଫୋନ୍ରେ ଦିନରାତି ଗପସପ ସାଙ୍ଗକୁ ଭେଟାଭେଟି ହୋଇ ପ୍ରେମ ଦିଆନିଆ ହେଉଥିଲେ । ଫିଲ୍ମ ଦେଖିବା ଓ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଥିଲେ । ଟୁଙ୍ଗୁରୁଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଗୋଟିଏ ସନ୍ତାନର ଜନନୀ ବର୍ଷା ଶେଷରେ ସ୍ୱାମୀ ଓ ଛୁଆଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିଲେ । ଟୁଙ୍ଗୁରୁ ତାଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିଲେ ।
ଏହାଭିତରେ ଟୁଙ୍ଗୁରୁଙ୍କ ପରିବାର ଲୋକେ ଅନ୍ୟଜଣେ ଯୁବତୀଙ୍କ ସହ ଟୁଙ୍ଗୁରୁଙ୍କୁ କୋଳଥିଆ ଜଗନ୍ନାଥ ମନ୍ଦିରରେ ବିବାହ କରିବାକୁ ବସିଥିଲେ । ଏହି ଖବର ବର୍ଷାଙ୍କ କାନରେ ପଡ଼ିଥିଲା । ବର୍ଷା କୋଳଥିଆ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଟୁଙ୍ଗୁରୁଙ୍କ ବାହାଘର ଭାଙ୍ଗି ଦେଇଥିଲେ। ଫୁଲମାଳ, ସିନ୍ଦୂର ଧରି ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ । ଥାନା ଆଗରେ ଧାରଣାରେ ବସିଥିଲେ । ପୁଲିସ ଟୁଙ୍ଗୁରୁଙ୍କୁ ଥାନାକୁ ଡ଼କାଇଥିଲା । ଉଭୟେ ବିବାହ କରିବେ ବୋଲି କହିବା ପରେ ପୁଲିସ ଟୁଙ୍ଗୁରୁଙ୍କୁ ସିଆରପିସି ଧାରା ୪୧ରେ ନୋଟିସ୍ ଦେଇ ଛାଡ଼ି ଦେଇଥିଲା । ଗତମାସ ୩ ତାରିଖରେ ବର୍ଷା ଫୁଲେଶ୍ୱରୀ ବସ୍ତିକୁ ଏକ ପ୍ଲଟ୍ କିଣିବାକୁ ଯାଇଥିବା ବେଳେ ଟୁଙ୍ଗୁରୁ ଅନ୍ୟଜଣେ ମହିଳାଙ୍କ ସହ ଏକ ରୁମ୍ରେ ମଦ୍ୟ ପିଉଥିଲେ । ବର୍ଷାଙ୍କୁ ଦେଖି ସେ ଗାଳିଗୁଲଜ କରିଥିଲେ । ଗତମାସ ୧୦ ତାରିଖ ରାତି ୧୨ଟାରେ ଟୁଙ୍ଗୁରୁ ଜଣେ ମହିଳାଙ୍କୁ ନେଇ ବର୍ଷାଙ୍କୁ ତାଙ୍କ ଘରୁ ଡ଼ାକିଥିଲେ । ତାଙ୍କୁ ଫୁଲେଶ୍ୱରୀ ବସ୍ତିକୁ ନେଇ ବଳାତ୍କାର କରିଥିଲେ । ତେଣୁ ବର୍ଷା ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ଏକ ମାମଲା ରୁଜୁକରି ଟୁଙ୍ଗୁରୁଙ୍କୁ ଖୋଜିଥିଲା । ହେଲେ ଟୁଙ୍ଗୁରୁ ଫେରାର୍ ହୋଇ ଯାଇଥିଲେ । ଟୁଙ୍ଗୁରୁ ଫୁଲେଶ୍ୱରୀ ବସ୍ତିକୁ ଆସିଥିବା ଖବର ପାଇ ପୁଲିସ ଚଢ଼ଉ କରି




admin 