ଶରୀରରେ ଯନ୍ତ୍ରଣା, ଜ୍ୱର ହେଲେ ପେନକିଲର ଠାରୁ ଦୁରେଇ ରୁହନ୍ତୁ : ଆଇସିଏମଆର

ଶରୀରରେ ଯନ୍ତ୍ରଣା, ଜ୍ୱର ହେଲେ ପେନକିଲର ଠାରୁ ଦୁରେଇ ରୁହନ୍ତୁ : ଆଇସିଏମଆର

ଶରୀରରେ ଯନ୍ତ୍ରଣା, ଜ୍ୱର ହେଲେ ପେନକିଲର ଠାରୁ ଦୁରେଇ ରୁହନ୍ତୁ : ଆଇସିଏମଆର
ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଲଗାତର ବଢ଼ି ଚାଲିଥିବା ବେଳେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଏବେ ଲୋକମାନଙ୍କୁ କିଛି ପରାମର୍ଶ ଦିଆଯାଇଛି । ସେଥିରେ କୁହାଯାଇଛି ଯେ ଶରୀରରେ ଯନ୍ତ୍ରଣା, ଜ୍ୱର ହେଲେ ପେନକିଲର ଠାରୁ ଦୁରେଇ ରୁହନ୍ତୁ । ଇବୁପ୍ରୋଫେନ ଭଳି କିଛି ପେନକିଲର କରୋନାର ଗମ୍ଭୀରତାକୁ ବୃଦ୍ଧି କରିଥାଏ । ହୃଦରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥିବା ଏହି ଔଷଧ କିଡନି ସମସ୍ୟାକୁ ବି ବୃଦ୍ଧି କରେ । ଆଇସିଏମଆର ପକ୍ଷରୁ ଆହୁରି କୁହାଯାଇଛି ଯେ, ଏନଏସଏଆଇଡି (ନନ ଷ୍ଟେରୋଇଡାଲ ଆଣ୍ଟି ଇନଫ୍ଲାମେଟୋରୀ ଡ୍ରଗ) ର ତୁରନ୍ତ ବ୍ୟବହାରକୁ ଏଡ଼ାଇ ଯାଆନ୍ତୁ । ଲୋକମାନେ ପ୍ରାୟତଃ ଜ୍ୱର ଆସିଲେ କିମ୍ବା ଶରୀରରେ କୌଣସି ପ୍ରକାର ଯନ୍ତ୍ରଣା ହେଲେ ଏପରି ଔଷଧକୁ ଖାଇଥାନ୍ତି । ଏଭଳି ସ୍ଥିତିରେ କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ଔଷଧ ଖାଆନ୍ତୁ । ଅତି ଜରୁରୀ ଥିଲେ ପାରାସିଟାମଲ ଖାଇପାରିବେ । ଏହା ସବୁଠୁ ସୁରକ୍ଷିତ ଯନ୍ତ୍ରଣା ନିବାରକ ଔଷଧ ମଧ୍ୟରୁ ଅନ୍ୟତମ ।