ଲୋପ ପାଇବ ଜିରାଫ ବଂଶ!

ଲୋପ ପାଇବ ଜିରାଫ ବଂଶ!

ଲୋପ ପାଇବ ଜିରାଫ ବଂଶ!

ଆଫ୍ରିକୀୟ ରାଷ୍ଟ୍ର କେନିଆର ଦୁର୍ଭିକ୍ଷ ସର୍ବବିଦିତ, ହେଲେ ଏଥିଯୋଗୁଁ ସୁନ୍ଦର ଓ ନିରୀହ ପ୍ରାଣୀ ଜିରାଫଙ୍କ ବଂଶ କ୍ରମଶଃ ଲୋପପାଉଥିବାର ଖବର ଚିନ୍ତା ଉଦ୍ରେକ କରିଛି । ଗତ ସେପ୍ଟେମ୍ବରରୁ କେନିଆର ଉତ୍ତରାଞ୍ଚଳରେ ସ୍ୱଭାବିକତାଠାରୁ ୩୦ପ୍ରତିଶତ କମ ବର୍ଷା ଯୋଗୁଁ ବୃକ୍ଷଲତା ମରିଯାଉଛି ଓ ମାଟି ଶୁଷ୍କ ହୋଇଯାଇଛି । ଏହି ପ୍ରାଣି ଖାଦ୍ୟ ଓ ଜଳାଭାବ ଯୋଗୁଁ ମୃତୁ୍ୟମୁଖରେ ପଡ଼ୁଛନ୍ତି । ବିଭିନ୍ନ ସ୍ଥାନରେ ପଡ଼ିଥିବା ଜିରାଫଙ୍କ ମୃତଦେହ ହୃଦୟବିଦାରକ ହୋଇଛି । ୱାଜିରସ୍ଥିତ ସାବୁଲି ସଂରକ୍ଷିତ ବନ୍ୟପ୍ରାଣୀ ଉଦ୍ୟାନ ଏବେ ମରୁଭୂମୀ ପରି ଦେଖାଯାଉଥିବା ବେଳେ ଗୋଟଏ ସ୍ଥାନରେ ୬ଟି ଜିରାଫଙ୍କ ମୃତଦେହ ପଡ଼ିଥିବାର ଫଟୋ ଏକ ସାମାଜିକ ଗଣମା୍ମମରେ ପ୍ରକାଶିତ ପରେ ବନ୍ୟପ୍ରାଣୀମାନେ ସଙ୍କଟରେ ପଡ଼ିଥିବା ସ୍ପଷ୍ଟ ହୋଇଛି। ଗୃହପାଳିତ ଜୀବ କିଛିଟା ଖାଦ୍ୟପାନୀୟ ପାଉଛନ୍ତି, କିନ୍ତୁ ବନ୍ୟପ୍ରାଣୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବନ୍ୟପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି । ବୋର-ଆଲଗି ଜିରାଫ ଅଭୟାରଣ୍ୟ ଅଧିକାରୀ ଇବ୍ରାହିମ ଅଲି କହିଛନ୍ତି ଯେ ଏଠାରେ ଜିରାଫଙ୍କୁ ଖାଦ୍ୟ ଓ ଜଳ ମିଳୁନାହିଁ । ସେମାନଙ୍କ ଆବଶ୍ୟକ ଅନୁସାରେ ମଧ୍ୟ କର୍ତ୍ତୃପକ୍ଷ ଏହା ଉପଲବ୍ଧ କରିପାରୁ ନାହାନ୍ତି । ସମ୍ପୃକ୍ତ ଅଞ୍ଚଳରେ ମ୍ମ କୃଷିକାର୍ଯ୍ୟ ପ୍ରାୟତଃ ବନ୍ଦ ହୋଇଯାଇଛି । ନଦୀରେ ପାଣି ନାହିଁ କି ଜଙ୍ଗଲରେ ଗଛ ନାହିଁ । ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ୪ ହଜାର ଜିରାଫଙ୍କ ଜୀବନ ସଙ୍କଟରେ ପଡ଼ିଛି। ଏପରି ଅବସ୍ଥା ଆଉ କିଛି ମାସ ବଳବତ୍ତର ରହିଲେ ଜିରାଫ ବଂଶ ଲୋପ ପାଇଯିବ ଅସମ୍ଭବ ନୁହଁ ବୋଲି ଇବ୍ରାହିମ କହିଛନ୍ତି ।

କେବଳ ଜିରାଫ ନୁହେଁ ଅନ୍ୟ ପ୍ରାଣୀମାନେ ମଧ୍ୟ ବିପଦରେ ପଡ଼ିଛନ୍ତି । ଏହି ଦୁର୍ଭିକ୍ଷ କାରଣରୁ ଦେଶର ଜନଜୀବନ ମଧ୍ୟ ମୁକ୍ତି ପାଇପାରୁ ନାହାନ୍ତି । ପ୍ରାୟ ୨୫ ଲକ୍ଷ ଜନତା ଏବେ ଏଥିରେ ସନ୍ତୁଳି ହେଉଛନ୍ତି । କେନିଆ ରାଷ୍ଟ୍ରପତି ଉହୁରୁ କେନ୍ୟାଟା ସାମ୍ପ୍ରତିକ ମରୁଡ଼ିକୁ ଗତ ସେପ୍ଟେମ୍ବରରେ ଜାତୀୟ ଦୁର୍ବିପାକ ଘୋଷଣା କରିଛନ୍ତି । ସେହି ଅନୁସାରେ ଜାତୀୟ ଦର୍ଭିକ୍ଷ ପରିଚାଳନା କର୍ତ୍ତୃପକ୍ଷ ଗତ ସପ୍ତାହରେ ଜରୁରୀକାଳୀନ ସହାୟତା ଯୋଜନା ଘୋଷଣା କରିଛନ୍ତି । ଲୋକଙ୍କ ହାତରେ ପ୍ରତ୍ୟେକ୍ଷ ଭାବେ ଅର୍ଥ ପ୍ରଦାନ ସହ ପରିସ୍ଥିତିର ମୁକାବିଲା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।