ଲିଙ୍ଗରାଜ ମନ୍ଦିରରେ ଫାଟ

ଲିଙ୍ଗରାଜ ମନ୍ଦିରରେ ଫାଟ

ଲିଙ୍ଗରାଜ ମନ୍ଦିରରେ ଫାଟ
ଭୁବନେଶ୍ୱର: ବିପଦସଙ୍କୁଳ ହୋଇପଡ଼ିଲାଣି ଲିଙ୍ଗରାଜ ମନ୍ଦିର । ମନ୍ଦିରର ଦଧିନଉତିରେ ଫାଟ ହୋଇଛି । ଏକଥା ଆମେ କହୁନାହୁଁ । ଫାଟ ହୋଇଥିବା ସମ୍ପର୍କରେ ଦେବୋତ୍ତର କମିଶନର ଏଏସଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି । ଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ନେଇ ଏଏସଆଇ ଅବହେଳା କରୁଥିବା କମିଶନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ, ମୁଖ୍ୟ ମନ୍ଦିରରେ ଫାଟ ହୋଇଥିବାରୁ ବର୍ଷା ପାଣି ଗଳୁଛି । ପାର୍ବତୀ ମନ୍ଦିର, ଜଗମୋହନ, ରୋଷଶାଳା ଓ ଭୋଗ ମଣ୍ଡପରେ ବି ଫାଟ ସୃଷ୍ଟି ହୋଇଛି । ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ବେଢାର ଅନେକ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି । ଏନେଇ ଏଏସଆଇକୁ କୁହାଯାଇଛି । ଏସବୁର ମରାମତି ଏକାନ୍ତ ଜରୁରୀ ବୋଲି କମିଶନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।