ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା
ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ରେ ଆରମ୍ଭ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି । ବୁଧବାର ନୂଆ ବର୍ଷରେ ଶ୍ରୀ ପ୍ରଧାନ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ତାଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ଉଚ୍ଛେଦ ହେବା ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଏହା ଭଲ ପଦକ୍ଷେପ । ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ସବୁ ମନ୍ଦିରର ସୁରକ୍ଷା ହେବା ଊଚିତ । ଗତ ତିନି ବର୍ଷ ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାକାର ଦାଣ୍ଡରେ ଚାଲି ଚାଲି ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ଲିଙ୍ଗରାଜ ମନ୍ଦିରକୁ ଆହୁରି ଭଲ କରିବା ଦରକାର ।