ଲକଡାଉନରେ ପୁଣି ସରପଞ୍ଚ ମାନଙ୍କୁ ଦାୟିତ୍ୱ ଦିଆଗଲା

ଲକଡାଉନରେ ପୁଣି ସରପଞ୍ଚ ମାନଙ୍କୁ ଦାୟିତ୍ୱ ଦିଆଗଲା

ଲକଡାଉନରେ ପୁଣି ସରପଞ୍ଚ ମାନଙ୍କୁ ଦାୟିତ୍ୱ ଦିଆଗଲା
ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାଂଘାତିକ ସ୍ଥିତିରେ । କରୋନା ଏବେ ବେକାବୁ ତଥା ବେଲଗାମ ହୋଇଯାଇଛି । ଯାହାକୁ ନେଇ ସମସ୍ତେ ଉଦବିଗ୍ନ । ଭୟଭୀତ । କରୋନା ସଂକ୍ରମଣର ନିଆଁ ଏବେ ହୁତ ହୁତ ହୋଇ ଜଳୁଛି । କରୋନା ଶୃଙ୍ଖଳ ଭାଙ୍ଗିବାକୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି କରିଛି । ନାଇଟ କର୍ଫୁ୍ୟ ଓ ସପ୍ତାହାନ୍ତ ସଟଡାଉନ ସତ୍ତ୍ୱେ ସଂକ୍ରମଣ ଥମିବାର ନା ନେଉନି । ଏଭଳି ସ୍ଥିତିରେ କରୋନା ଚେନ ଭାଙ୍ଗିବାକୁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ଆସନ୍ତା ମେ’ ୫ରୁ ସାରାରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ତେବେ ଏହି ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସରପଞ୍ଚମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ କହିବା ସହ ସେମାନଙ୍କୁ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି । ବାହାରୁ ଆସୁଥିବା ଲୋକମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସରପଞ୍ଚମାନଙ୍କୁ ପରାମର୍ଶ ଦଇଛନ୍ତି । ଯାହା ଘରେ ବ୍ୟବସ୍ଥା ନଥିବ, ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସରପଞ୍ଚମାନଙ୍କୁ ପରାମର୍ଶ ଦଇଛନ୍ତି ।