ରାହୁଲଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଅଭିଯୋଗ

ରାହୁଲଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଅଭିଯୋଗ

ରାହୁଲଙ୍କ ନାମରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଅଭିଯୋଗ
ପାଟନା : ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଅଭିଯୋଗ କରିଛି । ରାହୁଲ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ମହାମେଣ୍ଟକୁ ଭୋଟ କରିବା ପାଇଁ ରାହୁଲ ଟ୍ୱିଟ କରିଥିଲେ । ଏପରି ଟ୍ୱିଟ କରି ଭୋଟ ମାଗିବା ଆଚରଣ ବିଧିର ଉଲ୍ଲଂଘନ ବୋଲି ଅଭିଯୋଗ କରି ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି । ୨୮ ଘଣ୍ଟା ପୂର୍ବରୁ ଭୋଟ ମାଗିବା ଅବଧି ଶେଷ ହୋଇଥିବା ବେଳେ ରାହୁଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୧ ଟି ଆସନ ପାଇଁ ୧୦୬୬ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୫୩ ପ୍ରତିଶତ ଭୋଟିଂ ହୋଇଛି ।