ରାସ୍ତା ଉପରେ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

ରାସ୍ତା ଉପରେ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

ରାସ୍ତା ଉପରେ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ

ଛତ୍ରପୁର : ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀକୁ ଆକ୍ରମଣ କଲା  । ତା’ପରେ ସ୍ତ୍ରୀ ଉପରେ ପେଟ୍ରୋଲ ପକାଇ ନିଅାଁ ଲଗାଇଦେଲା  । ଏଭଳି ଏକ କୁତ୍ସିତ କାଣ୍ଡ ଛତ୍ରପୁର ଅଂଚଳରେ ଦେଖିବାକୁ ମିଳିଛି  । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ଏହି ନୃଶଂସ କାଣ୍ଡ ଭିଆଇଛନ୍ତି ବି.ମୁକୋଡୁ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ଏକବର୍ଷ ହେଲା ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଆସୁଛି । ଏଥିରେ ଅତିଷ୍ଠ ହୋଇ ପନôୀ ଏରମ୍ମା ପିଲାମାନଙ୍କୁ ଧରି ବାପଘରେ ରହୁଛନ୍ତି । ଆଜି ଏରାମ୍ମା ଅନ୍ୟ ମହିଳା ଶ୍ରମିକଙ୍କ ସହ ଟିଫିନ ବାକ୍ସ ଧରି ଘରୁ କାମ କରିବାକୁ ବାହାରିଥିଲେ । ଘରଠାରୁ ମାତ୍ର ୧୦୦ରୁ ୨୦୦ ମିଟର ଦୂର ଗାନ୍ଧିଛକ ଠାରେ ମୁକୋଡ଼ୁ ଯୋଜନାବଦ୍ଧ ଭବେ ଏରମ୍ମାଙ୍କୁ ଜିଅନ୍ତା ପୋଡ଼ି ମାରିବାପାଇଁ ପେଟ୍ରୋଲ୍ ଧରି ଜଗି ରହିଥିଲା । ଏରାମ୍ମା ପହଁଚିବା କ୍ଷଣି ମୁକୋଡୁ ସହ ମୁହାଁମୁହିଁ ହୋଇଥିଲା । ଦୁହିଁଙ୍କ ମଧ୍ୟରେ କଥା କଟାକଟି ପରେ ଏରାମ୍ମାଙ୍କୁ ମୁକୋଡ଼ୁ ମାରଧର କରିଥିଲା । ଏହାପରେ ହଠାତ ସେ କାଖ ଭିତରେ ଲୁଚାଇ ରଖିଥିବା ପେଟ୍ରୋଲ ବୋତଲ ବାହାର କରି ଏରାମ୍ମାଙ୍କ ଉପରେ ଢାଳିଥିଲା । ଏରାମ୍ମା ଧାଉଁଥିବା ବେଳେ ଗୋଡ଼ାଇ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା । ଏହା ଦେଖି ପାଖରେ ଥିବା ଏନ୍.ଗୋପାଳ ଓ ଏନ୍.କାମେୟା ଦୌଡ଼ିଆସି ଏରାମ୍ମାଙ୍କୁ ଉଦ୍ଧାର କରିଥିଲେ ।