ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ରାମ ମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟା : ଆଜି ବହୁପ୍ରତୀକ୍ଷିତ ରାମ ମନ୍ଦିର ଭୂମିପୂଜନରେ ଯୋଗ ଦେବାକୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଜରିଆରେ ପ୍ରଧାନମନ୍ତ୍ରୀ ଲକ୍ଷୌ୍ନରେ ପହଞ୍ଚିଥିଲେ । ଏହାପରେ ଏକ ହେଲିକପ୍ଟର ସହାୟତାରେ ଅଯୋଧ୍ୟାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ପ୍ରଥମେ ହନୁମାନ ଗଡି ମନ୍ଦିରରେ ପହଞ୍ଚିଥିଲେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ସମେତ ୧୭୫ ଜଣଙ୍କୁ ରାମ ମନ୍ଦିର ଭୂମି ପୂଜନ ପାଇଁ ଆମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆରଏସଏସ ମୁଖ୍ୟ ମୋହନ ଭଗବତ, ୟୁପି ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମ ଜନ୍ମଭୂମି ଟ୍ରଷ୍ଟ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ପ୍ରମୁଖ ଙ୍କୁ ଆମନ୍ତ୍ରଣ କରାଯାଇଛି । ଏଥିରେ ବୟସ ଅଧିକ କାରଣରୁ ସିଧାସଳଖ ସାମିଲ ହୋଇପାରିବେ ନାହିଁ ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲି ମନୋହର ଯୋଶୀ । ରାମମନ୍ଦିର ଆନ୍ଦୋଳନର ଦୁଇ ପୁରୋଧା ଭିଡିଓ କନଫରେନ୍ସିଂ ଜରିଆରେ ରାମମନ୍ଦିର ଭୂମିପୂଜନ ଦେଖିବେ । କରୋନା ମହାମାରୀକୁ ଧ୍ୟାନରେ ରଖି ପୁରା କାର୍ୟ୍ୟକ୍ରମ ସଂପାଦନ ହେବ ।