ରାଜ୍ୟରେ କରୋନା ନେଲା ୩୫ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ୩୫ ଜଣଙ୍କ ଜୀବନ

ରାଜ୍ୟରେ କରୋନା ନେଲା ୩୫ ଜଣଙ୍କ ଜୀବନ
ଭୁବନେଶ୍ୱର: ଆଜି ରାଜ୍ୟରେ ୩୫ ଜଣଙ୍କ କରୋନା ଯୋଗୁଁ ମୃତୁ୍ୟ ଘଟିଛି । ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୬୮୬କୁ ବୃଦ୍ଧି ପାଇଛି । ଅନୁଗୁଳ-୫, କଳାହାଣ୍ଡି-୪, ଖୋର୍ଦ୍ଧା-୩, ବୌଦ୍ଧ-୨,ଜଗତସିଂହପୁର-୨, କୋରାପୁଟ-୨, ସୁନ୍ଦରଗଡ-୩, ରାୟଗଡା-୪,ଝାରସୁଗୁଡା-୩, ନବରଙ୍ଗପୁର-୩, କଟକ-୧, ମାଲକାନଗିରି-୧, ସମ୍ବଲପୁର-୧ ଓ ସୁବର୍ଣ୍ଣପୁର-୧ ଜଣ ଜିଲ୍ଲାରେ କରୋନା ଯୋଗୁଁ ମୃତୁ୍ୟବରଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୧୫, ବାଲେଶ୍ୱରରେ ୧୦୩, ବରଗଡ଼ରେ ୨୭୧, ଭଦ୍ରକରେ ୮୯, ବଲାଙ୍ଗୀରରେ ୯୩, ବୌଦ୍ଧରେ ୨୫୭, କଟକରେ ୬୯୦, ଦେବଗଡ଼ରେ ୬୧, ଢେଙ୍କାନାଳରେ ୨୫୫, ଗଜପତିରେ ୧୦୬, ଗଞ୍ଜାମରେ ୧୬୩, ଜଗତସିଂହପୁରରେ ୧୫୪, ଯାଜପୁରରେ ୪୦୬, ଝାରସୁଗୁଡ଼ାରେ ୧୧୪, କଳାହାଣ୍ଡିରେ ୧୭୭, କନ୍ଧମାଳରେ ୫୪, କେନ୍ଦ୍ରାପଡ଼ାରେ ୭୫, କେନ୍ଦୁଝରରେ ୫୭, ଖୋର୍ଦ୍ଧାରେ ୧୧୩୪, କୋରାପୁଟରେ ୨୦୨, ମାଲକାନାଗିରିରେ ୯୨, ମୟୂରଭଞ୍ଜରେ ୩୨୦, ନବରଙ୍ଗପୁରରେ ୨୧୬, ନୟାଗଡରେ ୨୪୨, ନୂଆପଡାରେ ୬୨, ପୁରୀରେ ୪୫୭, ରାୟଗଡାରେ ୧୬୫, ସମ୍ବଲପୁରରେ ୧୨୦, ସୋନପୁରରେ ୧୨୯, ସୁନ୍ଦରଗଡ଼ରେ ୧୭୨ ଓ ରାଜ୍ୟ ପୁଲରେ ୨୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।