ରାଜ୍ୟରୁ ଆଉ ଚାରିଜଣଙ୍କର ମୁଣ୍ଡ ନେଲା କରୋନା ।

ରାଜ୍ୟରୁ ଆଉ ଚାରିଜଣଙ୍କର ମୁଣ୍ଡ ନେଲା କରୋନା ।

ରାଜ୍ୟରୁ ଆଉ ଚାରିଜଣଙ୍କର ମୁଣ୍ଡ ନେଲା କରୋନା ।
ଆଜି ରାଜ୍ୟରୁ ଚାରିଜଣଙ୍କର ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନି ଜଣ ଥିବାବେଳେ କଟକରୁ ଜଣେ ରହିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୪୨ରେ ପହଁଚିଛି । ପ୍ରାଣ ହରାଇଥିବା ସଂକ୍ରମିତମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୭୦ ଓ ୬୦ ବର୍ଷର ଦୁଇ ଜଣ ବୃଦ୍ଧ । ସେମାନେ ମଧୁମେହର ଶିକାର ଥିଲେ । ଅନ୍ୟଜଣେ ଗଞ୍ଜାମର ୫୩ ବର୍ଷର ଜଣେ ବ୍ୟକ୍ତି । ସେହିପରି କଟକର ଜଣେ ୪୮ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି । ସେ ଯକୃତ ରୋଗ ଓ ମଧୁମେହରେ ପୀଡିତ ଥିଲେ ।