ରାଜ୍ୟର କ୍ଷମତା ନେଇ ନବୀନଙ୍କ ଦାବି ।

ରାଜ୍ୟର କ୍ଷମତା ନେଇ ନବୀନଙ୍କ ଦାବି ।

ରାଜ୍ୟର କ୍ଷମତା ନେଇ ନବୀନଙ୍କ ଦାବି ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକ କ୍ଷମତା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ଅଧିକ କ୍ଷମତା ମାଗିଛନ୍ତି । ନବୀନ କହିଛନ୍ତି ଯେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ଯେଉଁଭଳି ଭାବେ କେନ୍ଦ୍ର ଜୋନ ନିର୍ଦ୍ଧାରଣ କରୁଛି, ସେଥିରେ ପରିବର୍ତ୍ତନ କରାଯିବା ଦରକାର । କୌଣସି ଗୋଟିଏ ସ୍ଥାନରେ ସଂକ୍ରମିତ ଚିହ୍ନଟ ହେଲେ, ସମ୍ପୂର୍ଣ୍ଣ ଜିଲ୍ଲାରେ କଟକଣା ଲଗାଇ ଦିଆଯାଉଛି । କିନ୍ତୁ ସେଭଳି କରାନଯାଇ ଛୋଟ ଛୋଟ ବା ସାଇଣ୍ଟିଫିକ ଆବଶ୍ୟକତା ରହିଛି, ଯାହାକୁ ପରିସ୍ଥିତିକୁ ଲକ୍ଷ୍ୟ କରି ସେମାନେ ନିଷ୍ପତ୍ତି ନେବେ । ନବୀନ ଆହୁରି କହିଛନ୍ତି ଯେ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ହେଲେ, କେନ୍ଦ୍ର ସରକାର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି) ଜାରି କରିବା ଦରକାର । କାରଣ ଅର୍ଥନୈତିକ କାର୍ଯ୍ୟକଳାପ ରାଜ୍ୟ ସୀମା ବାହାରକୁ ଲମ୍ବିଥିବାରୁ ଏ କ୍ଷେତ୍ରରେ ମାର୍ଗଦର୍ଶିକା ଜାରି ହେଲେ ଏହାକୁ ସମସ୍ତେ ଅନୁପାଳନ କରିବେ ଓ ମୂଳ ଉଦେ୍ଧଶ୍ୟ ସାଧନ ହେବ । ଯେହେତୁ ଏହା ଏକ ଲମ୍ବା ଲଢେ଼ଇ ହେବ, ଏଣୁ ପଞ୍ଚାୟତକୁ ସାମିଲ କରିବା ଅପରିହାର୍ଯ୍ୟ ବୋଲି କୁହାଯାଇପାରେ । ଏଣୁ କୋଭିଡ ପରିଚାଳନାରେ ପଞ୍ଚାୟତିରାଜ ସଂସ୍ଥାକୁ ସିଧାସଳଖ ସମ୍ପୃକ୍ତ କରିବାର ଆବଶ୍ୟକତା ଉପଲବ୍ଧି ହେଉଛି ।