ରାଜଭବନ ଅଭିମୁଖେ ବିଜେଡି ବିଧାୟକ

ରାଜଭବନ ଅଭିମୁଖେ ବିଜେଡି ବିଧାୟକ

ରାଜଭବନ ଅଭିମୁଖେ ବିଜେଡି ବିଧାୟକ
ଭୁବନେଶ୍ୱର:ରାଜଭବନ ଅଭିମୁଖେ ବିଜେଡି ବିଧାୟକ । ଗୃହ ମୁଲତବି ପରେ ରାଜଭବନ ଅଭିମୁଖେ ବିଜେଡି ବିଧାୟକ । ବିଧାନସଭାରୁ ବାହାରି ସିଧା ରାଜଭବନ ଅଭିମୁଖେ ଚାଲିଛନ୍ତି ବିଜେଡି ସମସ୍ତ ବିଧାୟକ । ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ରାଜ୍ୟପାଳଙ୍କୁ ଫେରାଦ ହେବେ । ଅପର ପକ୍ଷରେ ଲଗାତର ପଞ୍ଚମ ଦିନରେ ଶାସକ-ବିରୋଧୀ ମୁହାଁମୁହିଁ। ଆଜି ବି ଚାଲି ପାରିଲାନି ଗୃହ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ୧୨ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି। ଗୃହର ମଧ୍ୟଭାଗକୁ ଆସି ଶାସକ-ବିରୋଧୀ ସଦସ୍ୟ ହୋହଲ୍ଲା କରିଛନ୍ତି। ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ସଦସ୍ୟ ଅଡି ବସିଥିବା ବେଳେ ଗୃହରେ ସାନିଟାଇଜର ପିଇ ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ କ୍ଷମା ପ୍ରାର୍ଥନା ଦାବିରେ ଶାସକ ଦଳ ସଦସ୍ୟ ହୋହଲ୍ଲା କରିଛନ୍ତି। ଗୃହ ୧୨ଟା ଯାଏଁ ମୁଲତବି ହେବାପରେ ବିଜେଡି ବିଧାୟକମାନେ ବିଧାନସଭାରୁ ରାଜଭବନ ଅଭିମୁଖେ ବାହାରିଛନ୍ତି। ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେବାକୁ ବାହାରିଛି ଦଳ। ଧାନ କିଣା ପ୍ରସଙ୍ଗରେ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି ଦିଅନ୍ତୁ। ତା' ପରେ ବିଧାନସଭା ଚାଲିବ। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ। ନଚେତ୍‌ବିଧାନସଭା ଚଳାଇ ଦିଆଯିବ ନାହିଁ। ଏମିତି ଜିଦରେ ଅଡ଼ି ବସିଛନ୍ତି ବିରୋଧୀ ଓ ଶାସକ। ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍‌ରୁ ନ ଓହରିବାରୁ ଲଗାତର 5 ଦିନ ଲାଗି ବିଧାନସଭା ଅଚଳ ହୋଇଛି।