ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ, କାରଣ କଣ ଜାଣନ୍ତୁ
ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ, କାରଣ କଣ ଜାଣନ୍ତୁ
କୋଲକାତା: ପୂର୍ବତନ ବିଜେପି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ମୋଦୀ ୨.୦ରେ ନିଜର ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ବାବୁଲ ବିଗତ କିଛି ଦିନି ଧରି ବ୍ୟଙ୍ଗାତ୍ମକ ପୋଷ୍ଟ କରୁଥିଲେ । ମାତ୍ର ଶନିବାର ବାବୁଲ ସୁପ୍ରିୟୋ ରାଜନୀତିକୁ ଅଲବିଦା ଜଣାଇଛନ୍ତି । ଏକ ଫେସବୁକ ପୋଷ୍ଟରେ ବାବୁଲ ରାଜନୈତିକ ସନ୍ନ୍ୟାସ ସମ୍ପର୍କରେ ଘୋଷଣା କରିଛନ୍ତି ।
ଏହି ପୋଷ୍ଟରେ ବାବୁଲ ଲେଖିଛନ୍ତି ‘ଅଲବିଦା, ମୁଁ ଅନ୍ୟ କୌଣସି ଦଳକୁ ଯାଉନାହିଁ । ଟିଏମସି, କଂଗ୍ରେସ, ସିପିଏମ କୌଣସି ଦଳକୁ ନୁହେଁ । ଏହି ପୋଷ୍ଟ ଦ୍ୱାରା ମୁଁ ସ୍ପଷ୍ଟ କରିବାକୁ ଚାହେଁ କି ମୁଁ କେବଳ ଗୋଟିଏ ଦଳକୁ ସମର୍ଥନ କରେ ତାହା ହେଉଛି ମୋହନବାଗାନ । ଏହା ସହିତ ମୁଁ କେବଳ ଗୋଟିଏ ରାଜନୈତିକ ଦଳ ସହିତ ରହିଛି, ଆଉ ତାହା ହେଉଛି ପଶ୍ଚିମବଙ୍ଗ ବିଜେପି ।




admin 