ରାକେଶ ସ୍ୱାଇଁ ସହ ଝରାଫୁଲ ଗେଷ୍ଟ ହାଉସରେ ଥିଲେ

ରାକେଶ ସ୍ୱାଇଁ ସହ ଝରାଫୁଲ ଗେଷ୍ଟ ହାଉସରେ ଥିଲେ

ରାକେଶ ସ୍ୱାଇଁ ସହ ଝରାଫୁଲ ଗେଷ୍ଟ ହାଉସରେ ଥିଲେ
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆରୁ ଉଦ୍ଧାର ଘଟଣାରେ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଘଟଣା ରାତିରେ ଝରାଫୁଲ ଖଣ୍ଡଗିରିସ୍ଥିତ ଏକ ଗେଷ୍ଟ ହାଉସରେ ଥିଲେ । ଧର୍ମବିହାର ଲେନ-୬ରେ ଥିବା ଏକ ଗେଷ୍ଟ ହାଉସରେ ଝରାଫୁଲ ରହିଥିଲେ । ବନ୍ଧୁ ରାକେଶ ସ୍ୱାଇଁ ସହ ଝରାଫୁଲ ଗେଷ୍ଟ ହାଉସରେ ରହିଥିବା ସୂଚନା ମିଳିଛି । ଗେଷ୍ଟ ହାଉସରେ ଉଭୟ ରହିଥିବା ନିକଟ ସିସିଟିଭରୁ ଜଣାପଡ଼ିଛି । ସେହିପରି ଗେଷ୍ଟ ହାଉସ ନିକଟରେ ଥିବା ସିସିଟିଭିରେ ଅନ୍ୟ ଏକ ଦୃଶ୍ୟ ମଧ୍ୟ କଏଦ ହୋଇଛି । ଝରାଫୁଲଙ୍କୁ ସ୍କୁଟିରେ ବସାଇ ନିଆଯାଉଥିବା ଦୃଶ୍ୟ ମଧ୍ୟ ରହିଛି । ଗତକାଲି ଝରାଫୁଲଙ୍କ ବାପା ଏହି ଘଟଣାରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ଝିଅ ଝରାଫୁଲର ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ସମ୍ପର୍କ ଥିଲା ବୋଲି ସେ କହିଥିଲେ । ତେଣୁ ଝିଅର ମୃତୁ୍ୟ ପାଇଁ ରାକେଶଙ୍କୁ ସନେ୍ଦହ କରୁଛି ବୋଲି ଝରାଫୁଲଙ୍କ ବାପା କହିଥିଲେ । ଏହାଛଡ଼ା ତାଙ୍କ ବାପା କହିଥିଲେ ଯେ, ଗତ ୨୪ ତାରିଖ ସନ୍ଧ୍ୟା ୫ଟାରେ ଝିଅ ମହୁଲଡିହାରୁ ଭୁବନେଶ୍ୱର ଆସିଥିଲା । ଜଣେ ବନ୍ଧୁଙ୍କ ଝିଅ ଜନ୍ମଦିନ ପାର୍ଟିରେ ଯୋଗଦେବା ପାଇଁ ଆସିଥିଲା । ୨୬ ତାରିଖରେ ଝିଅ ସାଙ୍ଗ ସୋନାଲିଙ୍କ ଘରେ ଥିବା କହିଥିଲା । ୨୬ ତାରିଖ ରାତି ୧୧ଟାରେ ବସରେ ଘରକୁ ଫେରୁଛି ବୋଲି ଝରାଫୁଲ କହିଥିବା ତାଙ୍କ ବାପା କହିଥିଲେ ।