ରାଉରକେଲାରୁ ହରିୟାଣା ଗଲା ଅକ୍ସିଜେନ

ରାଉରକେଲାରୁ ହରିୟାଣା ଗଲା ଅକ୍ସିଜେନ

ରାଉରକେଲାରୁ ହରିୟାଣା ଗଲା ଅକ୍ସିଜେନ
ଭୁବନେଶ୍ୱର: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଉରକେଲାରୁ ହରିୟାଣା ଗଲା ୪ଟି ଅକ୍ସିଜେନ ଟ୍ୟାଙ୍କର । ରାଉରକେଲାରୁ ମାଲବାହୀ ଟ୍ରେନରେ ଟ୍ୟାଙ୍କରଗୁଡିକ ହରିୟାଣା ପଠାଗଲା । ରାଉରକେଲାରୁ ପ୍ରଥମ ଥର ପାଇଁ ଅକ୍ସିଜେନ ଟ୍ୟାଙ୍କର ହରିୟାଣା ଯାଉଛି ।