ଯୋଗୀଙ୍କ ସହିତ ଶପଥ ନେବେ ୫୧ ମନ୍ତ୍ରୀ

ଯୋଗୀଙ୍କ ସହିତ ଶପଥ ନେବେ ୫୧ ମନ୍ତ୍ରୀ

ଯୋଗୀଙ୍କ ସହିତ ଶପଥ ନେବେ ୫୧ ମନ୍ତ୍ରୀ

ଲକ୍ଷ୍ନେୀ: ଯୋଗୀ ଆଦିତ୍ୟ ନାଥ ଆଜି ଦ୍ବିତୀୟ ଥର ଲାଗି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଲକ୍ଷ୍ନୌର ଭାରତ ରତ୍ନ ଅଟଳବିହାରୀ ବାଜପେୟୀ ଷ୍ଟାଡିୟମ୍‌ରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଅପରାହ୍‌ଣ ୪ଟାରେ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଅମିତ ସାହ, ରାଜନାଥ ସିଂହ, ଧମ୍ରେନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଯୋଗୀଙ୍କ ସହିତ ୫୧ ମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି। ଏହି ମନ୍ତ୍ରୀ ମଣ୍ଡଳରେ ୫ ମହିଳା ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ବତନ୍ତ୍ରଦେବ ସିଂହ ମନ୍ତ୍ରୀ ଭାବେ ଶପଥ ନେବେ। ଶପଥଗ୍ରହଣ ଲାଗି ନିଜେ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମସିଂହ ଯାଦବ ଏବଂ ମାୟାବତୀଙ୍କୁ ମଧ୍ୟ ଫୋନ୍‌ କରି ନିମନ୍ତ୍ରଣ କରିଛନ୍ତି। ଏହା ସହିତ ରାଜ୍ୟର କୋଣ ଅନୁକୋଣରରୁ ଦଳର କର୍ମୀମାନେ ଆସୁଥିବାରୁ ଏଥିପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି।