ଯୁବାବସ୍ଥାରେ କେଶ, ଦାଢି ଧଳା ହେବାର କାରଣ କ’ଣ ଜାଣନ୍ତୁ
ଯୁବାବସ୍ଥାରେ କେଶ, ଦାଢି ଧଳା ହେବାର କାରଣ କ’ଣ ଜାଣନ୍ତୁ
ଧଳା ଚୁଟି ଓ ଦାଢି ବୟସ୍କ ବ୍ୟକ୍ତିଙ୍କ ପରିଚୟ । ହେଲେ ଆଜିର ସମୟରେ କମ ବୟସର ବ୍ୟକ୍ତିଙ୍କ ଠାରେ ମଧ୍ୟ ପାଚିଲା ବାଳ ଓ ଦାଢି ଥିବା ଦେଖିବାକୁ ମିଳୁଛି । ଏବେ ୨୫ ରୁ ୩୦ ବର୍ଷ ପିଲାଙ୍କ ଠାରେ ମଧ୍ୟ ଦାଢି ଧଳା ହୋଇଯିବା ଦେଖିବାକୁ ମିଳୁଛି । କେହି କେହି ଧଳା ଦାଢିକୁ ଲୁଚାଇବା ପାଇଁ କ୍ଲିନ ସେଭ କରନ୍ତି । ଆଉ କେହି ଏହାକୁ କଳା କରିଥାନ୍ତି । ଦାଢି ଧଳା ହେବାର ଅନେକ କାରଣ ରହିଛି । ହେଲେ ମୁଖ୍ୟ କାରଣ ହେଉଛି ଭୁଲ ଲାଇଫ୍ଷ୍ଟାଇଲ ଓ ଖାଦ୍ୟ ପାନୀୟ । ଏହି ଆଦତକୁ ପରିବତ୍ତନ କଲେ କମ ବୟସରେ ଦାଢି ଓ ଚୁଟି ଧଳା ହେବାରୁ ରକ୍ଷା ପାଇବେ ।
ଦାଢି ଧଳା ହେବା ପଛର କାରଣ
୧. ଚାପ :
ଆଜିକାଲି ସମୟରେ କମ୍ପିଟେସନ ଏତେ ବଢିଯାଇଛି ଯେ ଲୋକେ ନିଜ କ୍ଷମତା ଠାରୁ ଅଧିକ କାମ କରିବାକୁ ଲାଗନ୍ତି । ମଡର୍ଣ୍ଣ ସମୟର କମ୍ପିଟେସନରେ ନିଜର ହେଲଥ୍ ବିଷୟରେ ଭୁଲି ଯାଆନ୍ତି । ଏହି ଚାପ କାରଣରୁ କମ ବୟସରେ ବି ଧଳା ହୋଇଯାଇଥାଏ ।
୨. ଶରୀରରେ ମେଲୋନୀନ ଅଭାବ :
ମେଲୋନୀନ ଶରୀରରେ ମିଳୁଥିବା ଏମିତି ଏକ ପିଗମେଣ୍ଟ ଯାହା ବାଳ ଓ ଚର୍ମକୁ ଚମକାଇ ଥାଏ । ଯେତେବେଳେ ଶରୀରରେ ଏହାର ଅଭାବ ହୁଏ ଦାଢି ସଫା ହେବାକୁ ଲାଗିଥାଏ । ତେଣୁ ଏହାର ଅଭାବ ପୁରଣ କରିବା ପାଇଁ ଯେତେ ପାରିବେ ସବୁଜ ପରିବା ଓ କୋଳି ଖାଇବେ ।
୩. ଧୂମପାନ ଓ ମଦ୍ୟପାନ କାରଣ :
ଡ୍ରିଙ୍କ୍ସ ଓ ଧୂମପାନ ଅଭ୍ୟାସ ଦାଢି ଧଳା ହେବାର ମୁଖ୍ୟ କାରଣ ହୋଇଥାଏ । କମ ବୟସରେ ନିଶା କରିବା ଯୋଗୁ ବ୍ଲଡ ଭେସେଲସରେ ପରିବର୍ତ୍ତନ ହୋଇ ବ୍ଲଡ ସର୍କୁଲେସନରେ ବାଧା ଆସିଥାଏ । ଫଳରେ ଦାଢିର ରଂଗ ଧଳା ହୋଇଯାଏ ।
୪. ପୋଷକ ତତ୍ତ୍ୱରେ ଅଭାବ :
ଶରୀରରେ ପୋଷକ ତତ୍ତ୍ୱର ଅଭାବ ହେଲେ ଦାଢି ଧଳା ହୋଇଯାଇଥାଏ । ତେଣୁ ଶରୀରକୁ ଉଚିତ ପୋଷକ ତତ୍ତ୍ୱ ଓ ଭିଟାମିନ ପହଞ୍ଚାଇବା କଥା । ଏହା ଶରୀରକୁ ଫାଇଦା ପହଂଚାଇଥାଏ ।




admin 