ଯୁଦ୍ଧରେ ଆମେ ହିଁ ଜିତିବୁ

ଯୁଦ୍ଧରେ ଆମେ ହିଁ ଜିତିବୁ

ଯୁଦ୍ଧରେ ଆମେ ହିଁ ଜିତିବୁ

ୟୁକ୍ରେନ: ଋଷିଆ- ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । ଯୁଦ୍ଧରେ ତାଙ୍କ ଦେଶ ୟୁକ୍ରେନର ବିଜୟ ହେବ ବୋଲି  ଦୃଢୋକ୍ତି ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କି । ଦେଶବାସୀଙ୍କୁ ଟେଲିଭିଜନରେ ବାର୍ତ୍ତା ଦେଇ ସେ କହିଛନ୍ତି ଋଷ ସହିତ ୟୁକ୍ରେନର ଯୁଦ୍ଧ ଏକ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଛି । ତେବେ ଏହା କେତେଦିନ ଧରି ଚାଲିବ ତାହା ବର୍ତ୍ତମାନଠାରୁ ଆକଳନ କରିବା ସମ୍ଭବ ନୁହେଁ। ୟୁକ୍ରେନ ମାଟିକୁ ଆମେ କେତେଦିନ ପରେ ପୁଣି ସ୍ୱାଧୀନ କରିବୁ ତାହା କହିବା କଷ୍ଟକର ।

 
କିନ୍ତୁ ଆମେ ଦୃଢ ନିଶ୍ଚିନ୍ତ ଯେ, ଏହା ଆମେ କରିପାରିବୁ ବର୍ତ୍ତମାନ ଆମେ ଏହି ଯୁଦ୍ଧରେ ସାମରିକ ଦୃଷ୍ଟିରୁ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚି ସାରିଛୁ । ଏଥିରେ ଆମ ବିଜୟ ନିଶ୍ଚିନ୍ତ । ଏଥିସହିତ ସେ ଋଷ ଉପରେ ଆହୁରି ଅଧିକ ବାସନ୍ଦ ଓ କଟକଣା ଲଗାଇବାକୁ ବିଶ୍ୱ ସମୁଦାୟକୁ ଅନୁରୋଧ କରିଛନ୍ତି ।