ଯୁଦ୍ଧ ସଂକଟ ପରେ ୟୁଏନ୍‌ଏସ୍‌ସିର ବୈଠକ ଆରମ୍ଭ

ଯୁଦ୍ଧ ସଂକଟ ପରେ ୟୁଏନ୍‌ଏସ୍‌ସିର ବୈଠକ ଆରମ୍ଭ

ଯୁଦ୍ଧ ସଂକଟ ପରେ ୟୁଏନ୍‌ଏସ୍‌ସିର ବୈଠକ ଆରମ୍ଭ

କିୱି: ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ଘୋଷଣା ପରେ ସମଗ୍ର ପୃଥିବୀରେ ଚିନ୍ତା ପ୍ରକାଶ କରାଯାଇଛି। ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ଯୁଦ୍ଧକୁ ରୋକିବା ଉପରେ ଗୁରୁତ୍ବ ଦେଇଛନ୍ତି। ଏହା ମଧ୍ୟରେ ଯୁଦ୍ଧ ଟାଳିବାକୁ ୟୁଏନ୍‌ଏସ୍‌ସିର ବୈଠକ ଦ୍ବିତୀୟ ଥର ଲାଗି ଆରମ୍ଭ ହୋଇଛି। ୟୁକ୍ରେନ୍ର ରାଜଧାନୀ କିୱିରେ ଜୋରଦାର ବିସ୍ଫୋରଣ ହେଉଥିବା ଘୋଷଣା କରାଯାଇଛି। ଏହାକୁ ନେଇ ସେଠାରେ ଥିବା ଭାରତୀୟ ଛାତ୍ରମାନେ ଭୟଭୀତ ହୋଇ ପଡ଼ିଛନ୍ତି। ୟୁକ୍ରେନ୍‌ରେ ଇମରଜେନ୍‌ସି ଘୋଷଣା କରାଯିବା ପରେ ସେଠାରୁ ଛାତ୍ରମାନେ ଆସିପାରୁ ନାହାନ୍ତି। ତେବେ ଗତକାଲି ଗୋଟିଏ ବିମାନରେ କିଛି ଛାତ୍ର ସ୍ବେଦେଶ ଫେରିଥିଲେ। ଅନ୍ୟପକ୍ଷରେ ସୂଚନା ଅନୁଯାୟୀ ରୁଷିଆ ସେନା ପକ୍ଷରୁ ବିମାନ ଦ୍ବାରା ଆକ୍ରମଣ କରାଯାଇଛି।  ଓଦେସା ସହରରେ ମଧ୍ୟ ଧମାକା ହେଉଛି। ୟୁକ୍ରେନ୍‌ର ଏକାଧିକ ସହରରେ ବିସ୍ଫୋରଣ ହେଉଥିବା ଖବର ଆସିଛି।  ଅନ୍ୟପକ୍ଷରେ ସୈନ୍ୟ କାର୍ୟ୍ୟାନୁଷ୍ଠାନ ବିରୋଧରେ ଯିଏ ଦଖଲ ଦେବ ତାଙ୍କ ବିରୋଧରେ ବି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଧମକ ଦେଇଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲଦିମିର ପୁତିନ୍‌ ସୈନୃ କାର୍ୟ୍ୟାନୁଷ୍ଠାନ ନିର୍ଦେଶ ଦେବା ପରେ ୟୁକ୍ରେନ୍‌ରେ ସ୍ଥିତି ଗମ୍ଭୀର ହୋଇ ପଡ଼ିଛି। ପୁତିନ ୟୁକ୍ରେନ୍‌ ସୈନ୍ୟଙ୍କୁ ଅସ୍ତ୍ର ଛାଡ଼ି ଆତ୍ମ ସମର୍ପଣ କରିବାକୁ ପରାମର୍ଶ ଦେବା ପରେ ୟୁକ୍ରେନ୍‌ ପକ୍ଷରୁ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆମେ ଯୁଦ୍ଧ କରିବୁ ଆଉ ଜିତିବୁ ବୋଲି ୟୁ୍‌କ୍ରେନ୍‌ ପକ୍ଷରୁ ଦାବି କରାଯାଇଛି। ସେହିପରି ଯୁଦ୍ଧକୁ ରୋକିବାକୁ ୟୁକ୍ରେନ୍‌ ପକ୍ଷରୁ ଅପିଲ୍‌ ମଧ୍ୟ କରାଯାଇଛି। ରୁଷ୍ ରାଷ୍ଟ୍ରପତି ଯୁଦ୍ଧ ଘୋଷଣା କରିଥିବା ୟୁକ୍ରେନ୍‌ ସ୍ବୀକାର କରିଛି। ରୁଷିଆ ସେନା ବାଲାଷ୍ଟିକ୍‌ ମିଶାଇଲେ ଆକ୍ରମଣ କରିଥିବା ୟୁକ୍ରେନ୍‌ ପକ୍ଷରୁ ଦାବି କରାଯାଇଛି। ଆକ୍ରମଣକୁ ୟୁକ୍ରେନ୍‌ ସରକାର ସ୍ବୀକାର କରିଛନ୍ତି।  ୟୁକ୍ରେନ୍‌ର କିୱି ଏୟାରପୋର୍ଟକୁ ରୁଷ ସେନା ଦଖଲ କରିଥିବା ଖବର ମିଳିଛି। ତେବେ ଏସବୁକୁ ବନ୍ଦ କରିବାକୁ ୟୁକ୍ରେନ୍‌ କହିଛନ୍ତି।