ଯାତ୍ରୀବାହୀ ବସ୍‌ ଓଲଟି ୨୦ ମୃତ

ଯାତ୍ରୀବାହୀ ବସ୍‌ ଓଲଟି ୨୦ ମୃତ

ଯାତ୍ରୀବାହୀ ବସ୍‌ ଓଲଟି ୨୦ ମୃତ

ବୋଗୋଟା: କୋଲମ୍ବିଆରେ  ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ପାନ-ଆମେରିକା ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତମନଙ୍କ ମଧ୍ୟରେ ଛୋଟ ଶିଶୁ ଓ ଜଣେ ୮ ବର୍ଷର ପିଲା ବି ରହିଥିବା ପୁଲିସ ସୂଚନା ଦେଇଛି।


ବସ୍‌ରେ ବ୍ରେକ୍‌ ଫେଲ୍‌ ହେବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। କୋଲୋମ୍ବିଆର ସାଉଥକର୍ଣ୍ଣରେ ଅଞ୍ଚଳରେ ବସ୍‌ଟି ପୋର୍ଟ ସିଟିରୁ ଟୁମାକୋ ଯାଉଥିଲା। ଏକ ବୁଲାଣିରେ ବୁଲୁଥିବା ବେଳେ ହଠାତ୍ ସାମ୍ନାକୁ ଆଉ ଏକ ଗାଡ଼ି ଚାଲି ଆସିଥିଲା। ଏହାପରେ ଚାଳକ ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।