ଯାଜପୁରର ଚଣ୍ଡିଖୋଲରେ ଦେଶର ବୃହତମ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ହେବ

ଯାଜପୁରର ଚଣ୍ଡିଖୋଲରେ ଦେଶର ବୃହତମ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ହେବ

ଯାଜପୁରର ଚଣ୍ଡିଖୋଲରେ ଦେଶର ବୃହତମ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ହେବ
ଭୁବନେଶ୍ୱର : ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଚିବ ଶ୍ରୀ ତରୁଣ କାପୁର ସୋମବାର ଭୁବନେଶ୍ୱର ଗସ୍ତରେ ଆସି ଓଡିଶାରେ ତୈଳ ବିପଣନ କମ୍ପାନୀ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ଆଇଓସିଏଲ୍, ଏଚ୍ପିସିଏଲ୍, ବିପିସିଏଲ୍, ଗେଲ, ଓଏନଜିସି, ନୟାରା, ଓଆଇଏଲ, ଆରଏମବିଏଲ୍ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି କ୍ରମରେ ସେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ରଙ୍କୁ ଭେଟି ତୈଳ ଏବଂ ଗ୍ୟାସ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଏବଂ ଏଥିରେ ସେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ । ତେବେ ରାଜ୍ୟରେ ପେଟ୍ରୋଲିୟମ ଓ ଗ୍ୟାସ ପ୍ରକଳ୍ପ ନେଇ ହୋଇଥିବା ଆଲୋଚନା ସକରାତ୍ମକ ହୋଇଥିବା ଏବଂ ଏହି ସବୁ ପ୍ରକଳ୍ପ ନେଇ ରାଜ୍ୟ ସରକାର ସହଯୋଗ କରିବେ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିବା କହିଛନ୍ତି । ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଶ୍ରୀ ଏସ୍.ଏମ୍ ବୈଦ୍ୟ, ଇଣ୍ଡିଆନ ଅଏଲର ହ୍ୟୁମାନ ରିସୋର୍ସର ନିଦେ୍ର୍ଧଶକ ଶ୍ରୀ ରଞ୍ଜନ କୁମାର ମହାପାତ୍ର, ତୈଳ ଉଦ୍ୟୋଗଗୁଡ଼ିକର ରାଜ୍ୟସ୍ତରୀୟ ସଂଚାଳକ ତଥା ଇଣ୍ଡିଆନ ଅଏଲ୍ର ରାଜ୍ୟମୁଖ୍ୟ ଶ୍ରୀ ଶୁଭଜିତ ଘୋଷ ଏବଂ ତୈଳ ନିଗମର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ ମିଶନ’ ପରିକଳ୍ପନାରେ ରାଜ୍ୟର ସର୍ବକାଳୀନ ବିକାଶ ତଥା ଓଡ଼ିଶାର ଶକ୍ତି ଆବଶ୍ୟକତା ପୂରଣ କରିବା ନିମନ୍ତେ ପେଟ୍ରୋଲିୟମ ଏବଂ ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରତିଶୃତିବଦ୍ଧ । ବୈଠକରେ ଶ୍ରୀ କାପୁର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ ତୈଳ ଓ ଗ୍ୟାସ ପ୍ରକଳ୍ପର କାମ ଦ୍ରୁତ ଗତିରେ ତ୍ୱରାନ୍ୱିତ ହୋଇଥିବାରୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଶ୍ରୀ କପୁର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଓଡିଶାରେ ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ ପକ୍ଷରୁ ମୋଟ ୬୯ଟି ପ୍ରକଳ୍ପ ପାଇଁ ଓଡିଶାରେ ୨ ଲକ୍ଷ ୧୩ ହଜାର ୨୦୯ କୋଟି ଟଙ୍କାର ପୁଞ୍ଜିନିବେଶର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ତନ୍ମଧ୍ୟରୁ ୨୦୧୪ ଠାରୁ ଅର୍ଥାତ୍ ବିଗତ ୬ ବର୍ଷ ମଧ୍ୟରେ ମୋଟ ୪୩ ହଜାର ୩୨୨ କୋଟି ଟଙ୍କା ମୂଲ୍ୟର ୨୫ଟି ତୈଳ ଓ ଗ୍ୟାସ ପ୍ରକଳ୍ପର କାମ ଶେଷ ହୋଇଥିବା ବେଳେ ବର୍ତମାନ ମୋଟ ୭୭ ହଜାର ୩୩୧ କୋଟି ଟଙ୍କା ମୂଲ୍ୟର ୩୪ଟି ପ୍ରକଳ୍ପ ଗୁଡ଼ିକ କାମ ଜାରି ରହିଛି । ସେହିପରି ୧୦ଟି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୯୨ ହଜାର ୫୫୬ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ନେଇ ଆକଳନ କରାଯାଇଛି । ଓଡିଶାର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ହେବାକୁ ଥିବା ଇଣ୍ଡିଆନ ଅଏଲର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଦେଶର ସବୁଠୁ ବଡ ପେଟ୍ରୋଲିୟମ ରିଜର୍ଭ ହେବ । ଏଠାରେ ଅଶୋଧିତ ତୈଳ ସଂରକ୍ଷଣ କରାଯାଇପାରିବ । ଏ ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟ ସରକାର ଏଥିରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗତ ସାତ ବର୍ଷ ୨୦୧୨-୧୩ ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାର ଅର୍ଥନୀତି ଜାତୀୟ ହାର ୬.୬%ଠାରୁ ବୃଦ୍ଧି ଘଟି ବାର୍ଷିକ ହାରାହାରି ୭.୧% ରେ ପହଁଚିଛି । ଓଡ଼ିଶାରେ ବୃଦ୍ଧି ଘଟୁଥିବା ଆବଶ୍ୟକ ଉର୍ଜାକ୍ଷେତ୍ର ନିମନ୍ତେ ଇନ୍ଧନ ଯୋଗାଇବା ପାଇଁ ତୈଳ ଉଦ୍ୟୋଗଗୁଡ଼ିକ ନିରନ୍ତର ଭାବେ ସେମାନଙ୍କ ଯୋଗାଣ ଭିତିଭୂମିର ବିକାଶ କରୁଛନ୍ତି । ୪.୨ କୋଟି ଜନସଂଖ୍ୟାର ଉର୍ଜା ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ବର୍ତମାନ ଓଡିଶାରେ ୨୦୬୮ଟି ରିଟେଲ ଆଉଟ୍ଲେଟ, ୯୫୨ ଏଲ୍ପିଜି ବିତରକ, ୧୬୧ କିରୋସିନୀ ଡିଲରସିପ ରହିଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) ଅଧିନରେ ଓଡ଼ିଶାରେ ୪୭.୩୬ ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ ଉପକୃତ ହୋଇଛନ୍ତି । ୨୧ ମଇରେ ପାରାଦୀପ ଠାରେ ଏକ ନୂତନ ଏଲ୍ପିଜି ଆମଦାନୀ ସୁବିଧା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ରାୟଗଡ଼ା, ଖୋର୍ଦ୍ଧା ଠାରେ ଦୁଇଟି ଏଲ୍ପିଜି ପ୍ଲାଂଟ ମଧ୍ୟ ନିର୍ମାଣ କରାଯାଉଛି । ଓଡ଼ିଶାରେ ପେଟ୍ରୋଲ, ତୈଳ, ଲୁବ୍ରିକାଂଟର ଚାହିଦାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ ବ୍ରହ୍ମପୁର, ବିପିସିଏଲ ସଦାଶିବପୁର ଏବଂ ଝାରସୁଗୁଡ଼ାରେ ତିନୋଟି ପେଟ୍ରୋଲ ତୈଳ ଲୁବ୍ରିକାଂଟ(ପିଓଏଲ୍) ଟର୍ମିନାଲ ନିର୍ମାଣ କରାଯାଉଛି । ୨୦୧୬ ମସିହାରେ ୩୪,୫୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ୧୫ ଏମ୍ଏମ୍ଟିପିଏ କ୍ଷମତା ବିଶିଷ୍ଟ ଇଣ୍ଡିଆନ ଅଏଲ୍ର ପାରାଦୀପ ରିଫାଇନେରୀ ଦେଶର ଅତ୍ୟାଧୁନିକ ଏବଂ କମ୍ପ୍ଲେକ୍ସ ରିଫାଇନେରୀ ସ୍ଥାପନ କରାଯାଇଛି । ଇଣ୍ଡିଆନ ଅଏଲର ଏହି ତୈଳ ବିଶୋଧନାଗାର ସହିତ ପାରାଦୀପ ବର୍ତମାନ ପୂର୍ବ ଭାରତର ଉର୍ଜା ଦ୍ୱାର ଭାବେ ପରିଗଣିତ ହୋଇଛି । ପାରାଦୀପ, ଝାରସୁଗୁଡ଼ା, ବାଲେଶ୍ୱରର ସୋମନାଥପୁର, ଭୁବନେଶ୍ୱର ଆଦି ପ୍ରମୁଖ ପେଟ୍ରୋଲିୟମ ଉପôାଦ ଯୋଗାଣ ପଏଂଟ ରହିଛି । ଯାହା ଓଡ଼ିଶାର ଶକ୍ତି ଆବଶ୍ୟକତାକୁ ପୂରଣ କରୁଛି । ଓଡ଼ିଶାର ତିନୋଟି ପ୍ରମୁଖ ବନ୍ଦର: ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦର ରହିଛି । ପାରାଦୀପ ବନ୍ଦରଠାରେ ଇଣ୍ଡିଆନ ଅଏଲ ଏହାର ଟର୍ମିନାଲରୁ ପାରାଦୀପ ବନ୍ଦର ପରିସର ପର୍ଯ୍ୟନ୍ତ ଏକ ଉତ୍ସର୍ଗୀକୃତ ବଙ୍କରିଂ ପାଇପଲାଇନ ନିର୍ମାଣ କରି ସାମୁଦ୍ରିକ ଯାତାୟତର ଇନ୍ଧନ ଆବଶ୍ୟକତାକୁ ସହଜ କରିଛି । ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତ ଅନ୍ତର୍ଗତ, ଏମ୍ଏସ୍ରେ ୧୦% ଇଥାନଲ ମିଶ୍ରଣର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ବିପିସି ଦ୍ୱାରା ଏକ ବାୟୋ ଇଥାନଲ ପ୍ଲାଂଟ୍ପ୍ର ତିଷ୍ଠା କରାଯାଉଛି । ତୈଳ ଉଦ୍ୟୋଗଗୁଡ଼ିକ ରାଜ୍ୟରେ ଇଥାନଲ ମିଶ୍ରିତ ଏମ୍ଏସ୍ ଯୋଗାଣ ଆରମ୍ଭ କରିଛି ଏବଂ ୨୦୨୧-୨୨ ବର୍ଷରେ ୧୦% ଏମ୍ଏସ୍ ରେ ଲକ୍ଷ୍ୟଧାର୍ଯ୍ୟ ହାସଲ କରିବ । ପାରାଦୀପ ରିଫାଇନେରୀରୁ ଉପôାଦର ଗତିକୁ ସୁଗମ କରିବା ପାଇଁ ପାରାଦୀପ-ରାୟପୁର-ରାଂଚି ପାଇପଲାଇନକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି । ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍ପିଜି ପାଇପଲାଇନକୁ ପାଟନାମୁଜାଫରପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଶୁବଶୀଘ୍ର ସମାପ୍ତ କରାଯିବ ବୋଲି ସେ ସୂଚନା ଦେଇଥିଲେ । କଟକ, ଖୋର୍ଦ୍ଧା ଆଦି ସହରରେ ସହରୀ ଗ୍ୟାସ ବିତରଣ ପ୍ରକଳ୍ପ କାମ ଗେଲ୍, ଗେଲ୍ ଗ୍ୟାସ, ଆଦାନୀ ଏବଂ ଭାରତ ପେଟ୍ରୋ ରିସୋର୍ସ ଦ୍ୱାରା ଚାଲୁଥିବା ବେଳେ ଯାନବାହନ ନିମନ୍ତେ ସ୍ୱଚ୍ଛ ସିଏନ୍ଜି ଇନ୍ଧନ ୨୪ଟି ସିଏନ୍ଜି ଷ୍ଟେସନ ମାଧ୍ୟମରେ ଯୋଗାଇ ଦିଆଯାଉଛି । ସିବିଜି ପ୍ଲାଂଟ ନିମନ୍ତେ ୧୨ଟି ଲେଟର୍ ଅଫ ଇଟେଂଟ ଜାରି କରାଯାଇଥିବା ବେଳେ ଆର୍ୟୁସିଓ-ବାୟୋ ଡିଜେଲ ପ୍ଲାଂଟ୍ ନିମନ୍ତେ ଗୋଟିଏ ଲେଟର ଅଫ୍ ଇଂଟେଟ୍ ଜାରି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।