ମେ’୨୨ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଟପିବ

ମେ’୨୨ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଟପିବ

ମେ’୨୨ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଟପିବ
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ମେ’ ମଧ୍ୟ ଭାଗସୁଦ୍ଧା ଭାରତରେ ଶିଖର ଛୁଇଁବ । ମେ’୨୨ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଟପିଥିବ । ତେବେ ଏହା ପରେ ଧୀରେ ଧୀରେ କରୋନାର ପ୍ରଭାବ କମିବ । ଗ୍ଲୋବାଲ କନସଲ୍ଟିଂ ଫାର୍ମ ପ୍ରୋଟିଭିଟି ସହ ଟାଇମ୍ସ ନେଟୱାର୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଏହା ଆକଳନ କରାଯାଇଛି । ‘ଟାଇମ୍ସ ଫ୍ୟାକ୍ଟ ଇଣ୍ଡିଆ ଆଉଟବ୍ରେକ ରିପୋର୍ଟ’ ୩ଟି ସମ୍ଭାବନାକୁ ନଜରରେ ରଖି ଏହା ଆକଳନ କରିଛି ଯେ ମେ’୨୨ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୦୦୦ ଛୁଇଁବ । କରୋନା କିଭଳି ବିଭିନ୍ନ ସ୍ଥିତିରେ ବଢ଼ିବ ଏବଂ ଏହି ସଂକଟକୁ ସରକାର ଏବଂ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକୁ କିଭଳି ମୁକାବିଲା କରିବେ ସେ ନେଇ ୩ଟି ମଡେଲକୁ ବ୍ୟବହାର କରାଯାଇଛି । ଏହି ୩ଟି ମଡେଲ ହେଉଛି ପର୍ସେଣ୍ଟେଜ ମଡେଲ, ଟାଇମ ସିରିଜ ମଡେଲ, ସସପେକଟିବଲ , ଏକ୍ସପୋଜନ ଇନଫେକ୍ଟେଡ ରିକଭର ମଡେଲ ଏବଂ ଏକ୍ସପୋଜେଡ ରିକଭର ମଡେଲ । ପର୍ସେଣ୍ଟେସଜ ମଡେଲ ଇଟାଲି ଏବଂ ଆମେରିକାରେ ଏହି ରୋଗ ବିସ୍ତାରର ଧାରା ବ୍ୟବହାର ଏହାକୁ ଭାରତ କ୍ଷେତ୍ରରେ ପ୍ରୟୋଗ କରି ପୂର୍ବାନୁମାନ କରିଛି । ଟାଇମ ସିରିଜ ମଡେଲ ଚୀନ ଏବଂ ଦକ୍ଷିଣ କୋରିଆର ସମୟ ଅବଧି ମଧ୍ୟରେ ତଥ୍ୟକୁ ବିଚାରକୁ ନେଇ ଏହାକୁ ଭାରତର ତଥ୍ୟ ସହ ତୁଳନା କରିଛି । ଏହି ୩ଟି ମଡେଲ କରୋନା ଭାଇରସ କିଭଳି ବ୍ୟାପିବ ତାହା ସୂଚାଇ ଦେଉଛି ଏବଂ କେଉଁ ସମୟରେ ଲକଡାଉନ ଉଠିବା ସୁରକ୍ଷିତ ହେବ ସେ ନେଇ ମଧ୍ୟ ଏଥିରୁ ଆକଳନ କରାଯାଉଛି । ରିପୋର୍ଟରୁ ଏହା ଜଣାପଡ଼ିଛି ଯେ, ଲକଡାଉନ ଯଦି ମେ’୩ ପରେ ବଢ଼େ ତେବେ ଭାଇରସ ପୁନଃ ବ୍ୟାପିବା ହାର ୦.୮ ରହିବ । ଏହାର ଅର୍ଥ ଜଣେ ବ୍ୟକ୍ତି ୦.୮ ଜଣଙ୍କୁ କରୋନା ସଂକ୍ରମିତ କରିପାରିବେ । ଯଦି ଲକଡାଉନ ମେ’୩୦ ପର୍ଯ୍ୟନ୍ତ ବଢ଼େ ତେବେ ଜୁନ ମଧ୍ୟ ଭାଗ ବେଳକୁ ଭାରତରେ ସଂକ୍ରମଣ ମାମଲା ଶୂନ ହୋଇଯିବ ।