ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଓଡ଼ିଶାର ସମସ୍ତ ନାଗରିକଙ୍କୁ ମାଗଣା ଟିକା
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଓଡ଼ିଶାର ସମସ୍ତ ନାଗରିକଙ୍କୁ ମାଗଣା ଟିକା
admin
Apr 25, 2021 - 15:08
Updated: Apr 25, 2021 - 15:08
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଓଡିଶା ରାଜ୍ୟର ସମସ୍ତ ନାଗରିକଙ୍କୁ ମାଗଣା ଟିକା । ରାଜ୍ୟ ସରକାରଙ୍କ ବଡ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହି ବଡ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ୧୮ରୁ ୪୪ ବର୍ଷର ଲୋକମାନଙ୍କୁ ରାଜ୍ୟ ସରକାର ମାଗଣାରେ ଟିକା ପ୍ରଦାନ କରିବେ। ରାଜ୍ୟର ୨ କୋଟି ଲୋକଙ୍କୁ ଟିକା ଦିଆଯିବ I ଏଥିପାଇଁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ପ୍ରଦାନ କରିବେ। ସୂଚନାଯୋଗ୍ୟଯେ, ୧୮ରୁ ଅଧିକ ବୟସର ଲୋକଙ୍କୁ ଟିକା ଦେବାପାଇଁ ଘୋଷଣା କରାଯାଇଥିଲା । ତେବେ ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିବେ ନାହିଁ । ତେଣୁ ରାଜ୍ୟ ସରକାରମାନେ ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । କେତେକ ରାଜ୍ୟ ସରକାର ମଧ୍ୟ ମାଗଣା ଟିକା ନେଇ ଘୋଷଣା କରିଛନ୍ତି । କୋଭିସିଲଡ ଟିକା ପାଇଁ ଦର ଧାର୍ଯ୍ୟ କରିଛି ସେରମ ଇନଷ୍ଟିଚୁ୍ୟଟ। ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ ପିଛା ଦର ୪୦୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଟିକା ଦର ନେଇ ସେରମ ସିଇଓ ଅଦର ପୁନାୱାଲା ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଆପଣ ଟିକା ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଆପଣଙ୍କ ମୋବାଇଲରେ cowin ଆପ୍ ଖୋଲନ୍ତୁ କିମ୍ବା cowin.gov.in ୱେବସାଇଟ୍କୁ ଯାଆନ୍ତୁ କିମ୍ବା www.cowin.gov.in/home ଲିଙ୍କରେ ସିଧାସଳଖ କ୍ଲିକ୍ କରନ୍ତୁ । ଏଥର ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ କିମ୍ବା ସାଇନ୍ ଇନ୍ ବଟନ୍ କ୍ଲିକ୍ କରନ୍ତୁ । ଆପଣଙ୍କ ମୋବାଇଲ୍ ନମ୍ବର ଦିଅନ୍ତୁ । ଆପଣ ଏକ ପିନ୍ ନମ୍ବର ପାଇବେ । ଆପଣଙ୍କ ମାବାଇଲ୍ ନମ୍ବରକୁ ଏକ ବାର୍ତ୍ତା ଆସିବ । ନିର୍ଦ୍ଦିଷ୍ଟ ସ୍ଥାନରେ ଟାଇପ୍ କିମ୍ବା କପି କରନ୍ତୁ । ଯାଞ୍ଚ ବଟନ୍ ଦବାନ୍ତୁ । ଦୌଡ଼ିବାର ଆବଶ୍ୟକତା ନାହିଁ । ଏହା ୩ ମିନିଟ୍ ପର୍ୟ୍ୟନ୍ତ ସମୟ ନେଇଥାଏ । ଏଥର ପଞ୍ଜୀକରଣ ପୃଷ୍ଠା ଖୋଲିବେ । ସେଠାରେ ଆପଣଙ୍କୁ ଆଧାର ଆଇଡି, ପ୍ୟାନ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦିରେ ବ୍ୟବହାର କରୁଥିବା ଫଟୋ ଆଇଡିର ନମ୍ବର ଦେବାକୁ ପଡିବ । ବୟସ ସହିତ ପୁରୁଷ କି ମହିଳା ନିର୍ଦ୍ଦିଷ୍ଟ ସ୍ଥାନରେ ନାମ ଲେଖିବାକୁ ପଡିବ । ପରେ ରେଜିଷ୍ଟର ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଆକ୍ସନ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।