ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ ୟେଦୁରପ୍ପା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ ୟେଦୁରପ୍ପା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ ୟେଦୁରପ୍ପା

ନୂଆଦିଲ୍ଲୀ : କର୍ଣ୍ଣାଟକ ରାଜନୀତି ନୂଆ ମୋଡ଼ ନେଇଛି  । ବିଜେପିର ଲୋକପ୍ରିୟ ନେତା ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି  । ବେଶ କିଛିଦିନ ଧରି ତାଙ୍କର ଇସ୍ତଫା ନେଇ ଚର୍ଚ୍ଚା ହୋଇ ଆସୁଥିଲା  । ତେବେ ୟେଦୁରପ୍ପାଙ୍କ ଗୋଷ୍ଠୀ ପ୍ରାଣପ୍ରଣେ ଲାଗିଥିଲେବି ଦଳର ହାଇକମାଣ୍ଡ ୟେଦୁରପ୍ପାଙ୍କୁ ହଟାଇବା ପାଇଁ ନିଷ୍ପତି ନେଇଥିଲେ  ।

ବିଏସ ୟେଦୁରପ୍ପା ଏକ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ହୋଇଥିଲେ  । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିନଥିବାରୁ କଂଗ୍ରେସ ଓ ଜେଡ଼ିଏସର ମିଳିତ ସରକାର ଗଠନ ହୋଇଥିଲା । କିନ୍ତୁ ପରେପରେ ୟେଦୁରପ୍ପା କ୍ଷମତା ଅକ୍ତିଆର କରିବାକୁ ନୂଆ ରଣନୀତି କରିଥିଲେ  । କଂଗ୍ରେସ ଓ ଜେଡ଼ିଏସ ସରକାର ଭାଙ୍ଗିବା ପାଇଁ ସେହି ଦଳର କେତେକ ବିଧାୟକଙ୍କୁ ୟେଦୁରପ୍ପା ନିଜ ପଟକୁ ଆକର୍ଷିତ କରି ସଫଳ ବି ବି ହୋଇଥିଲେ  । ବହୁ କଷ୍ଟରେ ସେ ସରକାର ଗଠନ କରିଥିଲେବି ଏବେ ନିଜ ଦଳ ହିଁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି  । ଯାହା ତାଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି  । ଇସ୍ତଫା ଦେଲେ ବୋଲି ସେ ଘୋଷଣା କରିଥିଲେ ମଧ୍ୟ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବା ବ୍ୟବସ୍ଥା ରହିଛି ।

ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ଟାଣୁଆ ନେତା ଭାବେ ୟେଦୁରପ୍ପା ଦକ୍ଷିଣ ଭାରତରେ ପରିଚିତ  । ରବିବାର ସେ ଇସ୍ତଫା ଦେବା ନେଇ ସଂକେତ ଦେଇଥିଲେ  । ଆସନ୍ତାକାଲିକୁ କିଏ ଦେଖିଛି ବୋଲି ମନ୍ତବ୍ୟ ଦେଇଥିଲେ  । ଫଳରେ ସେ ଇସ୍ତଫା ଦେବା ନିଶ୍ଚିତ ବୋଲି ପ୍ରକାଶ କରିଥିଲେ  । ଆଜି ତାଙ୍କ ସରକାର ଦୁଇ ବର୍ଷ ପୂର୍ତି ପାଳନ ହେଉଥିଲା  । ସେ କହିଛନ୍ତିଯେ, ସେ ତାଙ୍କ ଜୀବନରେ ବାରବାର ଅଗ୍ନିପରୀକ୍ଷାର ସାମ୍ନା କରୁଛନ୍ତି  । ତଥାପିବି ସେ ଜନତାଙ୍କ ସେବା କରି ଆସୁଛନ୍ତି ବୋଲି ପ୍ରକାଶ କରିଛନ୍ତି  ।