ମାଲବାହୀ ଟ୍ରେନ୍ ଧକ୍କାରେ ୧୪ ପ୍ରବାସୀ ଶ୍ରମିକ ମୃତ, ୫ ଆହତ

ମାଲବାହୀ ଟ୍ରେନ୍ ଧକ୍କାରେ ୧୪ ପ୍ରବାସୀ ଶ୍ରମିକ ମୃତ, ୫ ଆହତ

ମାଲବାହୀ ଟ୍ରେନ୍ ଧକ୍କାରେ ୧୪ ପ୍ରବାସୀ ଶ୍ରମିକ ମୃତ, ୫ ଆହତ
ଦେଶରେ କରୋନା ସଂକଟକୁ ଦେଖି ଲକ୍ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ରେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି ପ୍ରବାସୀ ଶ୍ରମିକ । ଦେଶର ଭିନ୍ନ ଭିନ୍ନ ସହରରେ ଫସି ରହିଥିବାବେଳେ ଲକ୍‌ ଡାଉନ୍‌ ଯୋଗୁଁ କାମ ଓ ଖାଦ୍ୟ ନ ପାଇ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି । କେହି କେହି ଚାଲି ଚାଲି ତ କିଏ ସାଇକେଲ୍‌ରେ ତ ପୁଣି କିଏ ରେଳ ଧାରଣାରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି ଶ୍ରମିକମାନେ। ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ମାଲବାହୀ ଟ୍ରେନ୍ ପ୍ରବାସୀ ଶ୍ରମିକମାନଙ୍କୁ ରେଳ ଧାରଣା ଉପରେ ଧକ୍କା ଦେଇଛି । ଔରଙ୍ଗାବାଦର ଜଲନା ରେଳ ଲାଇନ ନିକଟରେ ଏହି ଦୁର୍ଘଟଣା ଘଟିଛି । ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଶ୍ରମିକ ଆହତ ହୋଇଥିବା କୁହାଯାଉଛି । ଏହି ସମସ୍ତ ପ୍ରବାସୀ ଶ୍ରମିକ ନିଜ ଘର ଛତିଶଗଡକୁ ଯାଉଥିଲେ । ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା ​​। ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।